Thunderstorm: କାଳବୈଶାଖୀ ବର୍ଷାରେ ବେହାଲ ରାଜଧାନୀ
🎬 Watch Now: Feature Video
ଭୁବନେଶ୍ବର: ବଦଳିଲା ପାଗର ମିଜାଜ । ଅସହ୍ୟ ଗରମରୁ ମିଳିଲା ସାମୟିକ ଆଶ୍ବସ୍ତି । ରାଜଧାନୀରେ କାଳବୈଶାଖୀ ବର୍ଷାରେ ବେହାଲ ହୋଇଛି ସ୍ମାର୍ଟସିଟି ଭୁବନେଶ୍ବର । କାଳବୈଶାଖୀ ବର୍ଷା ପରେ ଜନଜୀବନକୁ ମିଳିଲା ତ୍ରାହି । ଗତ କିଛି ଦିନ ଧରି ସାରା ରାଜ୍ୟରେ ଜାରି ରହିଥିଲା ଗ୍ରୀଷ୍ମ ପ୍ରବାହ । ରାଜଧାନୀରେ ମଧ୍ୟ ଚଳିତ ବର୍ଷ ଅସହ୍ୟ ଗରମ ଅନୁଭୂତ ହେଉଥିବା ବେଳେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିଲା । ତେବେ ବର୍ଷା ହେବା ପରେ ଲୋକଙ୍କୁ ଆଶ୍ବସ୍ତି ମିଳିଛି । ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ