ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁରରେ ରଥଯାତ୍ରା, ମନ୍ଦିର ସମ୍ମୁଖରେ ଲାଗିଲା ୩ ରଥ - ରଣପୁରରେ ସିରଲା ବାହୁଡା ଯାତ୍ରା
🎬 Watch Now: Feature Video
ନୟାଗଡ଼: ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ନୟାଗଡ଼ ଜିଲ୍ଲା ରଣପୁରରେ ରଥଟଣା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଗତକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ରୂପା ବେଶ ଦର୍ଶନ କରିଥିଲେ ଭକ୍ତ । ଅପରାହ୍ନରେ ରୂପା ବେଶ କରାଯିବା ପରେ ଭକ୍ତମାନେ ଦର୍ଶନ କରିଥିଲେ । ଆଜି ଜଗନ୍ନାଥ ଏବଂ ସୁଭଦ୍ରାଙ୍କ ରଥକୁ ଟଣାଯାଇ ମନ୍ଦିର ସମ୍ମୁଖରେ ରଖାଯାଇଛି । ବାହୁଡା଼ ଯାତ୍ରା ଦିନ କେବଳ ବଳଭଦ୍ରଙ୍କ ରଥ ଟଣା ହୋଇପାରିଥିଲା । ମାତ୍ର ଜଗନ୍ନାଥ ଏବଂ ସୁଭଦ୍ରାଙ୍କ ରଥ ଅଧାରେ ଅଟକିଥିଲା । ଗତକାଲି ରୁପା ବେଶ ଦର୍ଶନ ପରେ ଆଜି ୩ ରଥ ଟଣା କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଇଟିଭି ଭାରତ, ନୟାଗଡ଼