ରଥଖଳା ହାଲଚାଲ: ସରିଆସୁଛି ରଥନିର୍ମାଣ କାର୍ଯ୍ୟ, ଲାଗିଲା ୩ରଥର ଋଷିପଟା - ସରିଆସୁଛି ରଥନିର୍ମାଣ କାର୍ଯ୍ୟ

🎬 Watch Now: Feature Video

thumbnail

By

Published : Jun 23, 2022, 4:03 PM IST

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ରଥଖଳା ଆହୁରି ଚଳଚଞ୍ଚଳ ହୋଇଉଠୁଥିବାବେଳେ ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବୁଧବାର ତିନିରଥର 1୧୨ଟି ଦୁଆର ବେଢ଼ା କାର୍ଯ୍ୟ ଶେଷ ହୋଇଥିବାବେଳେ ଆଜି ରଥରେ ଋଷିପଟା ଲଗାଯାଇଛି । ତେରପରସ୍ତ ପୋଟଳ ତଳେ ଋଷିପଟା ସଂଯୋଗ କରାଯାଇଛି । ରଥବେଦୀ ସମ୍ମୁଖ ଭାଗରେ ପଟାବାଡ଼ିଆ ଶେଷ ହୋଇଛି । ରୂପକାର ସେବକମାନେ ରଥଚକ ଏବଂ ଗୁଜ ସମେତ ବିଭିନ୍ନ ଅଂଶ ରଙ୍ଗ କରୁଛନ୍ତି । କଳସରେ ଲାଗିବାକୁ ଥିବା ପାଖୁଡ଼ାଗୁଡ଼ିକୁ ପ୍ରସ୍ତୁତ କରାଯାଉଛି । ୨୪ ନାଟଗୋଡ଼ ମଧ୍ୟରୁ ଆଉ ୨ଟିର ଖୋଦେଇ ବାକି ରହିଛି । ଦୁଆରବେଢ଼ା, ପ୍ରଭା ଏବଂ ଜଗତପୃଷ୍ଠ ଶେଣି ନିର୍ମାଣ ଶେଷ ହୋଇଛି । ଢମକ ପଡ଼ିବା ପରେ ଜଗତପୁଷ୍ଠ ଶେଣି ଲଗାଯିବ । ଓଝା ସେବକମାନେ ଅସ୍ଥାୟୀ କମାରଶାଳରେ କଣ୍ଟାକବଜା ପ୍ରସ୍ତୁତ କରୁଛନ୍ତି । ଦରଜି ସେବକଙ୍କ ଦ୍ବାରା ରଥକନା ସିଲାଇ କରାଯାଉଛି । ଚିତ୍ରକାରମାନେ ପାର୍ଶ୍ଵ ଦେବାଦେବୀଙ୍କୁ ରଙ୍ଗ କରୁଛନ୍ତି । ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.