ଆଇନକୁ ସର୍ବଦା ସମ୍ମାନ ଦିଅନ୍ତି ଅନୁଭବ: ଓକିଲ - କୋର୍ଟ ଅର୍ଡର ମାନୁନାହାନ୍ତି ଅନୁଭବ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-15619092-thumbnail-3x2-anubhav.jpg)
କଟକ: ଅନୁଭବଙ୍କ ବିରୁଦ୍ଧରେ ବର୍ଷା ଗତକାଲି (ସୋମବାର) ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ଦାଏର କରିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅନୁଭବଙ୍କ ଓକିଲ । ଅନୁଭବ ସବୁବେଳେ ଆଇନକୁ ସମ୍ମାନ ଦେଇ ଆସିଛନ୍ତି ଏବଂ ସେ କୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଙ୍ଘନ କରିନାହାନ୍ତି । କୌଣସି ମାଧ୍ୟମ ଜରିଆରେ ପରସ୍ପରକୁ ଆକ୍ଷେପ ନକରିବା ଲାଗି ଗତ ମେ ୨୭ ତାରିଖରେ ହାଇକୋର୍ଟ ଉଭୟଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ହାଇକୋର୍ଟଙ୍କ ଏଭଳି ନିର୍ଦ୍ଦେଶ ସତ୍ତ୍ବେ ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ବିବାଦୀୟ ମତ ରଖିଥିବା ଅଭିଯୋଗ କରି ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିବା ଲାଗି ହାଇକୋର୍ଟରେ ଆବେଦନ କରିଛନ୍ତି ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।
ଇଟିଭି ଭାରତ, କଟକ