ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

By

Published : Sep 8, 2022, 11:30 AM IST

thumbnail

ରୋଗୀ ନେବା ପାଇଁ ଆସୁଥିବାବେଳେ, ଭଦ୍ରକ ନାଲୁଗୁଣ୍ଡା ଛକ ନିକଟରେ ଓଲଟିଲା ଆମ୍ବୁଲାନ୍ସ । ଡ୍ରାଇଭର ଜଣଙ୍କ ମଦ ନିଶାରେ ଗାଡି ଚଳାଉଥିବା ଜଣାପଡିଛି । ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଆମ୍ବୁଲାନ୍ସ । ଭଦ୍ରକ ଜିଲ୍ଲା ତିହିଡ଼ିରୁ ଚାନ୍ଦବାଲି ବାଂଶଡ଼ା ଅଭିମୁଖେ ରୋଗୀ ନେବା ପାଇଁ ଆସୁଥିବାବେଳେ ନାଲୁଗୁଣ୍ଡା ଛକ ନିକଟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ପ୍ରାୟ ୩୦ଫୁଟ ତଳକୁ ଖସି ପଡ଼ିଥିଲା । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିରୁ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ । ଡ୍ରାଇଭର ଜଣଙ୍କ ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ସଂପୃକ୍ତ ଚାଳକ ଅନ୍ୟ ସହଯୋଗୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.