Akshaya Tritiya 2022: ଭୁବନରେ ଚାଷୀ ସଂଗଠନର ଅଖିମୁଠି ଅନୁକୂଳ - ଢେଙ୍କାନାଳରେ ଅକ୍ଷୟ ତୃତୀୟା ପର୍ବ ପାଳନ
🎬 Watch Now: Feature Video
ଢେଙ୍କାନାଳ: ଆଜି ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କରିଛନ୍ତି ଚାଷୀ । ଏହି ଦିନକୁ କୃଷକ ଦିବସ ଭାବରେ ପାଳନ ସାରା ରାଜ୍ୟରେ ପାଳନ କରାଯାଇଥାଏ । କୃଷକମାନେ ଏହି ଦିନରେ ଅମୃତ ବେଳାରେ ଅଖିମୁଠି ବା ଅକ୍ଷୟ ମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାନ୍ତି । ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭୁବନର ଚାଷୀ କମିଟି ପକ୍ଷରୁ ଭୁବନ ପାଲା ମଣ୍ଡପସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣ ଏବଂ ମାଆ ବଣିଜାରୀ ପିଠରୁ ବିଶାଳ ହଳ ଲଙ୍ଗଳ ଓ ଟ୍ରାକ୍ଟର ରାଲିରେ ବାହାରି ହିଙ୍ଗୁଳା ତୋଟା ଓ ବୁଦ୍ଧେଶ୍ବର ମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ପୂଜାର୍ଚ୍ଚନା ପରେ ଅଖିମୁଠି ଅନୁକୂଳ କରିଥିଲେ । ଏହି ଅଖିମୁଠି କାର୍ଯ୍ୟକ୍ରମରେ ଭୁବନର ନଗରପାଳ ଶୁଭେନ୍ଦୁ କୁମାର ସାହୁ ଯୋଗ ଦେଇଥିଲେ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ