Watch Video: ଦୁର୍ଘଟଣାର ଛାତିଥରା ଦୃଶ୍ୟ, ବାଇକ ଚାଳକଙ୍କ ଉପରେ ଚଢିଗଲା ବସ୍ - କଏଦ ହେଲା ଦୁର୍ଘଟଣାର ଲାଇଭ

🎬 Watch Now: Feature Video

thumbnail

By

Published : May 14, 2022, 7:50 PM IST

ନୟାଗଡ଼ : CCTVରେ କଏଦ ହେଲା ଦୁର୍ଘଟଣାର ଲାଇଭ ଦୃଶ୍ୟ । ଦୁର୍ଘଟଣା ଏମିତି ଥିଲା ଯେ ଯିଏ ଦେଖିଲା ସେ ତାବୁଜ ହୋଇଗଲା । ଛାତି ଥରିଲା ଭଳି ଦୁର୍ଘଟଣାର ଲାଇଭ ଦୃଶ୍ୟ କଏଦ ହୋଇଛି CCTVରେ । ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି l ଗତ ଦୁଇଦିନ ତଳେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨ ବାଇକ ଆରୋହୀଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୩ଜଣ ବାଇକ ଆରୋହୀ ଆହତ ହୋଇଥିବାବେଳେ ମାନସ ରଞ୍ଜନ ନାହକ ନାମକ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା । ସୋସିଆଲ ମିଡିଆରେ ଦୁର୍ଘଟଣାର ଏହି ଲାଇଭ ଫୁଟେଜଟି ଏବେ ଭାଇରଲ ହେବାପରେ, ଦୁର୍ଘଟଣାଟି କେତେ ଭୟାନକ ଥିଲା ତାହା ସାମ୍ନାକୁ ଆସିଛି । ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.