ବୁଟ୍‌ରେ ବିଷଧର ସାପ, ବର୍ଷା ଋତୁରେ ରୁହନ୍ତୁ ସତର୍କ ! - ବୁଟରୁ ସାପ ଉଦ୍ଧାର ଖବର

🎬 Watch Now: Feature Video

thumbnail

By

Published : Aug 2, 2022, 9:35 PM IST

ବେଙ୍ଗାଲୁରୁ: ବର୍ଷାଦିନରେ ଯୋତା ବା ବୁଟ୍ ପିନ୍ଧିବା ପୂର୍ବରୁ ସାବଧାନ ରହନ୍ତୁ । କାରଣ ବୁଟ୍ ଭିତରେ ଲୁଚି ରହୁଛନ୍ତି ସାପ । କର୍ଣ୍ଣାଟକର ଜଣେ ବ୍ୟକ୍ତିଙ୍କ ବୁଟ୍ ମଧ୍ୟରେ ଏକ ବିଷଧର ସାପ ଲୁଚି ରହିଥିବା ଦେଖିବାକୁ ମିଳିଛି । ସୌଭାଗ୍ୟବଶତଃ ବ୍ୟକ୍ତି ଜଣକ ବୁଟ୍ ପିନ୍ଧିବା ପୂର୍ବରୁ ସାପଟିକୁ ଦେଖିପାରିବାରୁ ଏକ ନିଶ୍ଚିତ ବିପଦମୁଖରୁ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁଯାୟୀ, ସାପକୁ ଦେଖିବା ପରେ ବ୍ୟକ୍ତି ଜଣକ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ଖବର ପାଇ ସ୍ନେକ ହେଲ୍ପଲାଇନ ସଦସ୍ୟ ସାପଟିକୁ ଉଦ୍ଧାର କରିଛନ୍ତି । ତେବେ ବର୍ଷାଦିନରେ ସାପମାନେ ଜଙ୍ଗଲ କିମ୍ବା ଖୋଲା ସ୍ଥାନ ପରିବର୍ତ୍ତେ ଜନବସତି ଅଞ୍ଚଳକୁ ଆଶ୍ରୟ ପାଇଁ ପଳାଇ ଆସିଥାନ୍ତି । ତେଣୁ ବର୍ତ୍ତମାନ ବର୍ଷା ଋତୁ ଚାଲୁଥିବାରୁ ଏଥିପ୍ରତି ସାବଧାନ ରହନ୍ତୁ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.