ନିଷ୍ଠୁର ମାଆ ! ଛୁଆକୁ ବାଲକୋନୀରୁ ଫିଙ୍ଗି ମାରିଦେଲା - ଛୁଆକୁ ହତ୍ୟା କଲା ମାଆ
🎬 Watch Now: Feature Video
ବେଙ୍ଗାଲୁରୁ: ଜନ୍ମ କରି ଯେଉଁ ହାତରେ ଲାଳନ ପାଳନ କରିଥିଲା ସେହି ହାତରେ ମାରିଦେଲା । ବାଲକୋନୀରୁ ଫିଙ୍ଗି ଜନ୍ମକଲା ଛୁଆକୁ ମାରିଦେଲା ମାଆ । ହତ୍ୟା ସମୟର ଭିଡିଓ ସିସିଟିଭିରେ କଏଦ । ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ବେଙ୍ଗାଲୁରୁର ଏକ ଆପାର୍ଟମେଣ୍ଟରେ ଦେଖିବାକୁ ମିଳିଛି । ମାନସିକ ବିକାରଗ୍ରସ୍ତ 5 ବର୍ଷର ଝିଅକୁ ମାଆ ବାଲକୋନୀରୁ ଫିଙ୍ଗି ଦେବାପରେ ନିଜେ ଆତ୍ମହତ୍ୟା ପାଇଁ ଉଦ୍ୟମ କରି ସେଥିରେ ବିଫଳ ହୋଇଛି । ନିକଟରେ ଥିବା ପଡୋଶୀ ତାଙ୍କୁ ଆତ୍ମହତ୍ୟାରୁ ବଞ୍ଚାଇ ଦେଇଛନ୍ତି । ଖବର ଅନୁଯାୟୀ ମହିଳା ଜଣକ ପୂର୍ବରୁ ମଧ୍ୟ ଥରେ ରେଲୱେ ଷ୍ଟେସନରେ ପୁଅକୁ ଛାଡି ଚାଲି ଆସିଥିଲେ । ପରେ ତାଙ୍କ ସ୍ବାମୀ ଝିଅକୁ ଖୋଜି ଘରକୁ ଆଣିଥିଲେ । ତେବେ ଜଣେ ମାଆଙ୍କର ଏପରି ନିଷ୍ଠୁର ପଦକ୍ଷେପ ଆଲୋଡନ ସୃଷ୍ଟି କରିଛି ।
Last Updated : Aug 5, 2022, 10:31 PM IST