ମମତା ବୁଝେନି ପର ଆପଣା, କୁକୁର ଛୁଆଙ୍କୁ କ୍ଷୀର ଦେଲା ଗୋ ମାତା - cow feeding puppies in bhadrak
🎬 Watch Now: Feature Video
ଭଦ୍ରକ: ମା'ର ମମତା ଆଗରେ ସବୁ ତୁଚ୍ଛ । ମମତା ବାଣ୍ଟିବା ବେଳେ ସେ ବୁଝେନି ପର ଆପଣା । ଭଦ୍ରକର ଏ ଦୃଶ୍ୟ ଆପଣଙ୍କୁ ନିଶ୍ଚୟ ଭାବିବାକୁ ବାଧ୍ୟ କରିବ ସତରେ ମାଆ କେତେ ମମତାମୟୀ । ଦେଖୁ ନାହାନ୍ତି ଗୋ ମାତା କୁକୁର ଛୁଆକୁ କେମିତି କ୍ଷୀର ଦେଉଛି । ମା କୁକୁରର ମୃତ୍ୟୁ ହେବା ପରେ ଏଇ ଗୋ ମାତାଠୁ ସ୍ତନ୍ୟପାନ କରୁଛନ୍ତି କୁକୁର ଛୁଆ । ଗୋମାତା ଓ କୁକୁର ଛୁଆଙ୍କ ମଧ୍ୟରେ ଏହି ଅନାବିଳ ମମତା ଓ ସମ୍ପର୍କର ଘଟଣା ଏବେ ବେଶ ଭାଇରାଲ ହେବାରେ ଲାଗିଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ