thumbnail

ଅମୃତ ମହୋତ୍ସବ, ଭାରତ-ଅଷ୍ଟ୍ରେଲିଆ ୭୫ ବର୍ଷର କ୍ରିକେଟ ସମ୍ପର୍କ

By

Published : Sep 19, 2022, 8:23 PM IST

ହାଇଦ୍ରାବାଦ: ଆସନ୍ତାକାଲିଠୁ (ମଙ୍ଗଳବାର) ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ତିନୋଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବ । ତେବେ କ୍ରିକେଟ ଇତିହାସ ଦେଖିଲେ ଅଷ୍ଟ୍ରେଲିଆ ସହିତ ଭାରତର କ୍ରିକେଟ ସମ୍ପର୍କ ଦୀର୍ଘ ଦିନରୁ ରହିଆସିଛି । ଭାରତ ସ୍ବାଧୀନ ହେବା ପରେ ୧୯୪୭-୪୮ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ଖେଳିଥିଲା । ଏହି ସିରିଜକୁ ୪-୦ ରେ ଜିତି ନେଇଥିଲା ଅଷ୍ଟ୍ରେଲିଆ । ତେବେ ଭାରତର ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ କ୍ରିକେଟ ସମ୍ପର୍କକୁ ମନେପକାଇଛି କଙ୍ଗାରୁ ଟିମ୍ (75 years relations between India Australia ) । ଏହି ଅବସରରେ ଅଷ୍ଟ୍ରେଲିଆ କ୍ରିକେଟ ଦଳ ତଥା ଟି-୨୦ ଅଧିନାୟକ ଆରୋନ ଫିଞ୍ଚ ଭାରତକୁ ୭୫ ତମ ସ୍ବାଧୀନତା ଦିବସ ଅର୍ଥାତ ଅମୃତ ମହୋତ୍ସବର ଶୁଭେଚ୍ଛା ଜଣାଇବା ସହିତ ଏକ ଭିଡିଓ ଜାରି କରି ଅଷ୍ଟ୍ରେଲିଆ-ଭାରତ କ୍ରିକେଟ ସ୍ମୃତିକୁ ତାଜା କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.