Watch Video: ଟ୍ରାଫିକ ସମ୍ଭାଳୁଛି ୭ ବର୍ଷରେ ଶିଶୁ, ଭିଡିଓ ଭାଇରାଲ - ୭ ବର୍ଷର ଛୁଆ ଗର୍ବିତ

🎬 Watch Now: Feature Video

thumbnail

By

Published : Jun 1, 2022, 3:44 PM IST

ଭୋପାଳ : ୭ ବର୍ଷର ଛୋଟ ଛୁଆ । ସମ୍ଭାଳୁଛି ଟ୍ରାଫିକ ବ୍ୟବସ୍ଥା । ଖାଲି ସେତିକି ନୁହେଁ ଟ୍ରାଫିକର ନିୟମ ଓ ଆଇନ ବିଷୟରେ ଲୋକଙ୍କୁ ସତର୍କ କରାଉଛି ୭ ବର୍ଷର ପିଲା ଗର୍ବିତ ଶର୍ମା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଇନ୍ଦାେରର ହାଇକୋର୍ଟ ଛକରେ । ଏଠି ଦୀର୍ଘ ୧୨ ବର୍ଷ ହେବ ଟ୍ରାଫିକ ପୋଲିସ ଭାବେ ରଞ୍ଜିତ ସିଂହ କାମ କରୁଛନ୍ତି । ଅତି ଶୃଙ୍ଖଳ ନିୟମ ଭିତରେ ସେ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣରେ ରଖିନ୍ତି । ଏପରିକି ଅନେକ ସମୟରେ ସେ ଡ୍ୟାନ୍ସ କରି ଟ୍ରାଫିକର ରୁଲ୍ ବିଷୟରେ କହିଥାନ୍ତି । ଯାହା ଲୋକଙ୍କୁ ଖୁବ ମନୋରଞ୍ଜନ କରିଥାଏ । ଏପରି ଅନେକ ଥର ତାଙ୍କର ଏହି ଡ୍ୟାନ୍ସ ମାଧ୍ୟମରେ ଟ୍ରାଫିକକୁ ନିୟନ୍ତ୍ରଣ କରୁଥିବା ଭିଡିଓ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇ ସାରିଛି । ଯାହାକୁ ଦେଖି ଗର୍ବିତ ଅନୁପ୍ରାଣିତ ହୋଇ ନିଜେ ଟ୍ରାଫିକ ସମ୍ଭାଳିବେ ବୋଲି ଫୁଲ ଗେଟଅପରେ ପହଞ୍ଚିଥିଲେ ରଞ୍ଜିତଙ୍କ ପାଖରେ । ଆଉ ଏହାପରେ ରଞ୍ଜିତଙ୍କ ଭଳି ମଧ୍ଯ ଗର୍ବିତ ଟ୍ରାଫିକ ବ୍ୟବସ୍ଥାକୁ ସମ୍ଭାଳିବା ସହ ଟ୍ରାଫିକ ନିୟମ ବିଷୟରେ ବୁଝାଇଥିଲେ । ଏହି ଦୃଶ୍ୟ ଯେତିକି ଶିକ୍ଷଣୀୟ ଥିଲା ସେତିକି କୌତୁହଳ ମଧ୍ୟ ଥିଲା । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.