ମୟୁରଭଞ୍ଜରେ ରାଜସ୍ଥାନ କୋଟାରୁ ଫେରିଥିବା ୨୨ ଜଣଙ୍କ ସ୍ବାବ ନେଗେଟିଭ - କୋରୋନା ଭାଇରସ ଖବର
🎬 Watch Now: Feature Video
ବାରିପଦା:ମୟୂରଭଞ୍ଜ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଗତ ମେ ମାସ ୫ ତାରିଖ ଦିନ ରାଜସ୍ଥାନ କୋଟାରୁ ଆସିଥିବା ୨୨ ଜଣଙ୍କ କୋରୋନା ନମୁନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ଏନେଇ ସୂଚନା ଦେଇଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ । ରାଜସ୍ଥାନ କୋଟାରୁ ଆସିଥିବା ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସେମାନଙ୍କୁ ନେଇ ଆସିଥିବା ବସର ଦୁଇ ଜଣ ଡ୍ରାଇଭର, ହେଲପର ସହ ମୋଟ ୨୫ ଜଣଙ୍କ କୋରୋନା ଟେଷ୍ଟ କରାଯାଇଥିଲା । ସମସ୍ତଙ୍କୁ ବାରିପଦା ସ୍ଥିତ ପ୍ରୟାସ ହଲ କ୍ବାରେଣ୍ଟାଇନ ସେଣ୍ଟରରେ ଥିବା ବେଳେ ଏବେ ସମସ୍ତେ ହୋମ କ୍ବାରେଣ୍ଟାଇନରେ ରହିବାକୁ ଅନୁମତି ଦିଆଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ