thumbnail

By

Published : Dec 1, 2019, 8:05 PM IST

ETV Bharat / Videos

ବିଶ୍ବ ଏଡସ ଦିବସ, ଲୋକଙ୍କୁ ସଚେତନ କଲେ କଲେଜ ଛାତଛାତ୍ରୀ

ଯାଜପୁର: ବିଶ୍ବ ଏଡସ ଦିବସ ଅବସରରେ ଯାଜପୁର ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ବିରଜା ମହିଳା ମହାବିଦ୍ୟାଳୟ ପରସରରୁ ସଚେତନତା ଶୋଭାଯାତ୍ରା ବାହାରିଥିଲା । କଲେଜ ଛାତ୍ରଛାତ୍ରୀମାନେ ସହର ପରିକ୍ରମା କରି ଜିଲ୍ଲା ସଂସ୍କୃତି ଭବନଠାରେ ପହଞ୍ଚିଥିଲେ । ଏହି ସଚେତନତା ଶୋଭାଯାତ୍ରାକୁ ଯାଜପୁର ମୁଖ୍ୟ ଚିକତ୍ସାଳୟର ଏଡିଏମ୍ଓ ରୁଦ୍ର ପ୍ରତାପ କର ଉଦଘାଟନ କରିଥିଲେ । ବିଭିନ୍ନ କଲେଜର ଛାତଛାତ୍ରୀ ହାତରେ ପ୍ଲାକାର୍ଡ ଧରି ଏଡସ ସଂର୍ପକରେ ସ୍ଲୋଗାନ ଦେଇ ଲୋକମାନଙ୍କୁ ସଚେତନ କରାଇଥିଲେ । ଏଚଆଇଭି ଓ ଏଡସରର ଭୟାବହତା ସଂପର୍କରେ ଲୋକମାନଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଏଡିଏମଓ କହିଛନ୍ତି। ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.