କାଠ ବ୍ୟବସାୟୀରୁ ପ୍ରକୃତି ଉପାସକ, ଶାଳ-ଚନ୍ଦନ ବଣ ସୃଷ୍ଟି ନିଶାରେ ଗୋପାଳ

By

Published : Jun 25, 2020, 6:36 PM IST

thumbnail

ବାରିପଦା: ଦିନେ ଜଙ୍ଗଲରୁ କାଠ କାଟି ବିକ୍ରି କରୁଥିଲେ । ଆଉ କାଠ ମାଫିଆ ଭାବେ ଚାରିଆଡେ ନିନ୍ଦିତ ହେଉଥିଲେ । ହେଲେ ଏବେ ବଦଳିଯାଇଛି ପରିସ୍ଥିତି । କାଠ ମାଫିଆରୁ ପ୍ରକୃତି ପ୍ରେମୀ ପାଲଟିଯାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଧାନଘେରୀ ଗାଁର ଗୋପାଳ ମୁର୍ମୁ । ନିଜ ଗାଁ ବାଡିରେ ସୃଷ୍ଟି କରିଛନ୍ତି ଛୋଟ ଜଙ୍ଗଲ । ପୂର୍ବରୁ ଜଙ୍ଗଲରୁ କାଠ କାଟି ବିକ୍ରି କରୁଥିବାବେଳେ କାଠ ବ୍ୟବସାୟ ଛାଡି ଗଛ ଲଗାଇବା ନିଶାରେ ପଡିଛନ୍ତି ଗୋପାଳ । 2002 ମସିହାରୁ ଗୋପାଳ ନିଜ ଉଦ୍ୟମରେ ପ୍ରଥମେ ଶାଳ ଗଛ ଚାରା ପକାଇ ଆରମ୍ଭ କରିଥିଲେ ବାଡିରେ ଗଛ ଲଗାଇବା ପ୍ରକ୍ରିୟା । ପରେ ଶାଳ ସହିତ ଚନ୍ଦନ, ମହୁଲ, ରୁଦ୍ରାକ୍ଷ ଭଳି ମୂଲ୍ୟବାନ ଗଛ ଲଗାଇ ଏହାର ରକ୍ଷଣାବେକ୍ଷଣ କରୁଛନ୍ତି ଗୋପାଳ । ଖାଲି ସେତିକି ନୁହେଁ ସପୁରୀ, ଅଶୋକ, ଲେମ୍ବୁ ଆଦି ଗଛ ଲଗାଇ ବାଡିକୁ କୁତ୍ରିମ ଜଙ୍ଗଲରେ ପରିଣତ କରିଛନ୍ତି ସେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.