‘ଅମ୍ଫାନ’ର ରୂପରେଖ ନେଇ କ’ଣ କହୁଛନ୍ତି ପାଣିପାଗ ନିର୍ଦ୍ଦେଶକ, ଜାଣନ୍ତୁ - ଅମ୍ପାନ
🎬 Watch Now: Feature Video
ଭୁବନେଶ୍ବର: ଅବପାତର ରୂପ ନେଇଛି ଲଘୁଚାପ । ସାମୁଦ୍ରିକ ଝଡ ‘ଅମ୍ଫାନ’ ଶନିବାର ସକାଳ ୮.୩୦ ସୁଧା ଅବପାତର ରୂପ ନେଇ ସାରିଛି । ଏହା ପାରାଦୀପ ଠାରୁ 1040 କିମି ଦୂର ଓ ଦୀଘା ଠାରୁ ୧୨୫୦ କିମି ଦୂରରେ ରହିଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ସାମୁଦ୍ରିକ ଝଡର ରୂପ ନେବା ସହ ଆଗାମୀ ୨୪ଘଣ୍ଟା ମଧ୍ୟରେ ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହେବ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ତେବେ ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ହବିବୁର ରେହମାନ ବିଶ୍ବାସଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ବର ପ୍ରତିନିଧି ସଞ୍ଜୀବ ରାୟ ।