ରୁହନ୍ତୁ ସତର୍କ, ଟ୍ବିନ ସିଟିରେ ପ୍ରବଳ ବର୍ଷା: ଆଞ୍ଚଳିକ ପାଣିପାଗ କେନ୍ଦ୍ର - ଲଘୁଚାପ ପ୍ରଭାବ
🎬 Watch Now: Feature Video
ଭୁବନେଶ୍ବର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ସୃଷ୍ଟ ଲଘୁଚାପ ପ୍ରଭାବରେ ଦକ୍ଷିଣ ଉପକୂଳ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି । ଏପଟେ ମଙ୍ଗଳବାର ଦିନ ଟ୍ବିନ ସିଟିରେ ପ୍ରବଳ ବର୍ଷା ନେଇ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଭୁବନେଶ୍ବର- କଟକରେ ଦିନ ୧୨.୩୦ ଭିତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୱାର୍ନିଙ୍ଗ ଜାରି କରାଯାଇଛି । ତେବେ ପ୍ରବଳ ବର୍ଷା ପ୍ରଭାବରେ ରାସ୍ତା ଘାଟ ଖସଡ଼ା ହେବ,ଟ୍ରାଫିକ ସମସ୍ୟା ଉପୁଜିପାରେ ।