ଚାଷ ଜମିରୁ ବିଶାଳ ଅଜଗର ଉଦ୍ଧାର, ଭିତରକନିକାରେ ଛାଡ଼ିବ ବନ ବିଭାଗ - PYTHON RESCUED NEAR BHITARKANIKA
🎬 Watch Now: Feature Video
Published : 2 hours ago
Python Rescued Near Bhitarkanika Kendrapara, କେନ୍ଦ୍ରାପଡ଼ା: ଚାଷ ଜମିରୁ ଉଦ୍ଧାର ହେଲା ବିରାଟ ଅଜଗର ସାପ । ଭିତରକନିକା ଜାତୀୟ ଉଦ୍ୟାନ ପରିସୀମାରେ ଥିବା ରଗଡାପାଟିଆ ଫରେଷ୍ଟ ବ୍ଲକ ନିକଟସ୍ଥ ବାଇଶିଘେରି ଗ୍ରାମର ଏକ ଚାଷ ଜମିରୁ ଗତକାଲି (ଶୁକ୍ରବାର) ରାତିରେ ଅଜଗରକୁ ଉଦ୍ଧାର କରାଯାଇଥିବା ନେଇ ସୂଚନା ଦେଇଛି ବନ ବିଭାଗ ।
ଫରେଷ୍ଟ ଗାର୍ଡ ସୁନୀଲ ରଞ୍ଜନ ରାଉତରାୟଙ୍କ ସୂଚନା ଅନୁଯାୟୀ,"ଗତକାଲି ରାତି ୯ଟାରେ ରଗଡାପାଟିଆ ଫରେଷ୍ଟ ବ୍ଲକ ସଂଲଗ୍ନ ରାଜେନ୍ଦ୍ର ନାରାୟଣ ପୁର ଗ୍ରାମ ବାଇଶିଘେରି ନିକଟସ୍ଥ ଚାଷ ଜମିରୁ ଏକ ବିଶାଳ ଅଜଗର ଉଦ୍ଧାର ହୋଇଛି । ଯାହାର ଲମ୍ବ ୧୮.୫ ଫୁଟ ରହିଛି । ଏହାକୁ ଉଦ୍ଧାର କରାଯାଇ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ରଖାଯାଇଛି । ଉକ୍ତ ଅଜଗରଟିର ମୁଣ୍ଡରେ ସାମାନ୍ୟ କ୍ଷତ ଥିବାରୁ DFO ସାରଙ୍କ ନିର୍ଦ୍ଦେଶରେ ଏହାକୁ ବଡ ଲୁହା ପଞ୍ଜୁରୀ ମଧ୍ୟରେ ରଖାଯାଇ ପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା ଚିକିତ୍ସା କରାଯାଇଛି । ସୁସ୍ଥ ହେଲା ପରେ ଭିତରକନିକା ଜଙ୍ଗଲ ମଧ୍ୟରେ ଛଡାଯିବ । ବର୍ତ୍ତମାନ ସୁଦ୍ଧା ଉଦ୍ଧାର ହୋଇଥିବା ସବୁ ଅଜଗର ସାପଠାରୁ ଉକ୍ତ ଅଜଗରଟି ବହୁତ ବଡ଼ କୁହାଯାଉଛି ।" ACF ମାନସ ଦାସଙ୍କ ନେତୃତ୍ୱରେ ଏକ ଟିମ ଏହି ଅଜଗରଟିକୁ ଉଦ୍ଧାର କରିଛନ୍ତି ।
ଇଟିଭି ଭାରତ, କେନ୍ଦ୍ରାପଡ଼ା