ଭୁବନେଶ୍ବର: ବଦଳିଲା ‘ମୋ ସ୍କୁଲ ଅଭିଯାନ’ର ନାମ । ଏହା ବଦଳରେ ରାଜ୍ୟରେ କାର୍ଯ୍ୟକାରୀ ହେବ ‘ପଞ୍ଚସଖା ଶିକ୍ଷା ସେତୁ’ ଯୋଜନା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଏନେଇ ସଂକଳ୍ପ ଜାରି କରାଯାଇଛି । ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ପରିବର୍ତ୍ତନ କରି ‘ପଞ୍ଚସଖା ଶିକ୍ଷା ସେତୁ’ କରାଯାଇଛି । ଏହି ସଂଗଠନର ମୁଖ୍ୟ ରହିବେ ମୁଖ୍ୟ ଶାସନ ସଚିବ । ଏହି ଯୋଜନାର ସଫଳ ରୂପାୟନ ପାଇଁ ବିଭିନ୍ନ ଅଧିକାରୀ ନିଯୁକ୍ତ ହେବେ ।
ମୋ ସ୍କୁଲ ଅଭିଯାନକୁ ପରିବର୍ତ୍ତନ କରି ‘ପଞ୍ଚସଖା ଶିକ୍ଷା ସେତୁ’:
ରାଜ୍ୟରେ ସରକାର ବଦଳିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ‘ମୋ ସ୍କୁଲ ଅଭିଯାନ’ ନାଁ ବଦଳାଇ ଦିଆଯାଇଛି । ୨୦୧୭ ମସିହାରୁ ଆରମ୍ଭ ହୋଇଥିବା ‘ମୋ ସ୍କୁଲ ଅଭିଯାନ’ ନାଁ ବଦଳି ଏବେ ‘ପଞ୍ଚଶଖା ଶିକ୍ଷା ସେତୁ’ ନାମରେ ରଖାଯାଇଛି । ପଞ୍ଚସଖା ଶିକ୍ଷା ସେତୁ ପାଇଁ ଆର୍ଥିକ ଅବଦାନ ଚେକ, ୱେବସାଇଟ ଏବଂ ଅନଲାଇନ ମାଧ୍ୟମରେ ସଂଗ୍ରହ କରାଯିବ । ଦାନ ପାଇଁ ଆଧାର ଏବଂ ପାନ ନମ୍ବର ପ୍ରଦାନ କରିବାକୁ ପଡ଼ିବ । ପ୍ରବାସୀ ଭାରତୀୟ ପାସପୋର୍ଟର ବିବରଣୀ ଦେଇ ଅର୍ଥ ପ୍ରଦାନ କରିବେ । ଏକକାଳୀନ ୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଅର୍ଥ ପ୍ରଦାନ ପାଇଁ ଜିଲ୍ଲାସ୍ତରୀୟ କମିଟି ସହ ପରାମର୍ଶ କରିବାକୁ ପଡ଼ିବ । ଏକ ବର୍ଷ ସରିବାର ୬ ମାସ ମଧ୍ୟରେ ଗଣଶିକ୍ଷା ବିଭାଗକୁ ରିପୋର୍ଟ ପ୍ରଦାନ କରାଯିବ ।
ଦୈନନ୍ଦିନ ବ୍ୟାପାରର ପରିଚାଳନା ପାଇଁ ରହିବ କାର୍ଯ୍ୟନିର୍ବାହୀ ପରିଷଦ :
ପରିଚାଳନା ପରିଷଦ ଓ ଉପଦେଷ୍ଟା ମଣ୍ଡଳୀରେ ବିଶିଷ୍ଟ ବ୍ୟକ୍ତିଙ୍କୁ ସାମିଲ କରାଯିବ । ଶିକ୍ଷାବିତ, ଜନ ପ୍ରତିନିଧି, ବୈଜ୍ଞାନିକ, ପ୍ରତିଷ୍ଠିତ ବ୍ୟକ୍ତି, କ୍ରୀଡ଼ା, ସାହିତ୍ୟ ଓ ସଂସ୍କୃତି, ଚଳଚ୍ଚିତ୍ର କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ରହିବେ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାସ୍ତରୀୟ କମିଟି ଗଠନ ହେବ । ରାଜ୍ୟସ୍ତରୀୟ କମିଟିରେ ଅଧ୍ୟକ୍ଷତା କରିବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ । 2ଟି ଉତ୍ସରୁ ପାଣ୍ଠି ଆସିବ । ଦାତା ଏବଂ ସରକାର ଅର୍ଥ ଦେବେ । ଦାତାଙ୍କ 2 ଗୁଣା ଦେବେ ସରକାର । ସର୍ବାଧିକ ଅବଦାନ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରିବ । ପରିଷ୍କାର, ପରିଚ୍ଛନ୍ନତା ଏବଂ ରକ୍ଷଣାବେକ୍ଷଣ ପାଇଁ ନିଯୁକ୍ତି ବ୍ୟବସ୍ଥା ରହିବ ।
ଗଠନ ହେବ ରାଜ୍ୟସ୍ତରୀୟ କମିଟି:
ଗଠନ ହେବ ରାଜ୍ୟସ୍ତରୀୟ କମିଟି । ଏଥିରେ ବିଶେଷ ଭାବରେ ଗଣ ଶିକ୍ଷା ବିଭାଗର ସଚିବ ନିଯୁକ୍ତି ହେବେ । ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧକ୍ଷତାରେ କମିଟି ଗଠନ ହେବ ।
ଏହା ମଧ୍ୟ ପଢ଼ନ୍ତୁ...'KGରୁ PG ସାନ୍ତାଳୀ ଭାଷାରେ ପାଠପଢ଼ା', ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ସ୍ବାଗତ ଏହା ମଧ୍ୟ ପଢ଼ନ୍ତୁ...ନୂତନ ପାଠ୍ୟକ୍ରମରେ ସ୍ଥାନ ପାଇବ ଜଙ୍ଗଲ ସୁରକ୍ଷା ସମ୍ପର୍କିତ କାହାଣୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ |
ସ୍କୁଲର ହେବ ବିକାଶ:
ଅର୍ଥ ବଦଳରେ ଦାତା ସ୍କୁଲ ଭିତ୍ତିଭୂମି ବିକାଶ ପାଇଁ ଆବଶ୍ୟକୀୟ ସାମଗ୍ରୀ ଦେଇପାରିବେ । ପଞ୍ଚସଖା ଶିକ୍ଷା ସେତୁ ପାଇଁ ଆର୍ଥିକ ଅବଦାନ ଚେକ, ୱେବ ସାଇଟ ଏବଂ ଅନଲାଇନ ମାଧ୍ୟମରେ ସଂଗ୍ରହ କରାଯିବ । ଦାନ ପାଇଁ ଆଧାର ଏବଂ ପାନ ନମ୍ବର ପ୍ରଦାନ କରିବାକୁ ପଡ଼ିବ । ପ୍ରବାସୀ ଭାରତୀୟମାନେ ପାସପୋର୍ଟର ବିବରଣୀ ଦେଇ ଅର୍ଥ ପ୍ରଦାନ କରିବେ । ଏକକାଳୀନ ୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଅର୍ଥ ପ୍ରଦାନ ପାଇଁ ଜିଲ୍ଲା ସ୍ତରୀୟ କମିଟି ସହ ପରାମର୍ଶ କରିବାକୁ ପଡ଼ିବ । ସେହିପରି ଭାବରେ ସରକାରଙ୍କ ଗାଇଡ୍ଲାଇନ୍ ଅନୁସାରେ ବିଦ୍ୟାଳୟରେ ହାଉସ୍କିପିଂ, ରାତି ଜଗୁଆଳ ନିଯୁକ୍ତି ଦିଗରେ ସଙ୍ଗଠନ ପଦକ୍ଷେପ ନେଇପାରିବେ । ହଷ୍ଟେଲ, ଲ୍ୟାବ୍, ଲାଇବ୍ରେରୀ, ବୈଦ୍ୟୁତିକ ସାମଗ୍ରୀ, ଇଣ୍ଟରନେଟ୍, କ୍ଲାସରୁମ୍, ଆସବାବପତ୍ର, ଶୌଚାଳୟ, ପାନୀୟ ଜଳ ସୁବିଧା, ପାଚେରୀ, ରାମ୍ପ ପ୍ରତିଷ୍ଠା, କ୍ରୀଡ଼ା ଭିତ୍ତିଭୂମି ବିକାଶ, ସ୍ବାସ୍ଥ୍ୟ ଶିବିର, ବିଶେଷଜ୍ଞଙ୍କୁ ଡାକି ବିଭିନ୍ନ ପ୍ରକାର ତାଲିମ, କର୍ମଶାଳା, ଇନୋଭେସନ୍ ହବ୍ ପ୍ରତିଷ୍ଠା ପରି ବିଭିନ୍ନ ପଦକ୍ଷେପ ନିଆଯାଇପାରିବ । ସୋସାଇଟ୍ ପରିଚାଳନା ପାଇଁ ବାର୍ଷିକ ବଜେଟ୍ ପ୍ରସ୍ତୁତ ହେବ, ଯେଉଁଥିରେ ଦରମା, ପ୍ରକଳ୍ପ ପରିଚାଳନା ୟୁନିଟ୍, ଟିଏ/ଡିଏ, ଗାଡ଼ି ଭଡ଼ା ସମେତ ଅନ୍ୟାନ୍ୟ ଖର୍ଚ୍ଚ ହୋଇପାରିବ । କେଉଁ ପଦ୍ଧତିରେ ଅର୍ଥ ଦେଇହେବ ସେନେଇ ଗାଇଡ୍ଲାଇନ୍ରେ ଉଲ୍ଲେଖ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର