ETV Bharat / state

ପୋଲରେ ଭାରସାମ୍ୟ ହରାଇଲା ବସ, କେନାଲକୁ ଓଲଟି ପଡିଲା - BUS ACCIDENT

କେନ୍ଦ୍ରାପଡାରେ ଓଲଟିଲା ଯାତ୍ରୀବାହୀ ଘରୋଇ ବସ । 6 ଜଣ ଆହତ । ଆହତଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଓଲଟିଲା ଯାତ୍ରୀବାହୀ ଘରୋଇ ବସ
ଓଲଟିଲା ଯାତ୍ରୀବାହୀ ଘରୋଇ ବସ (ETV Bharat Odisha)
author img

By ETV Bharat Odisha Team

Published : 10 hours ago

କେନ୍ଦ୍ରାପଡା: ଭାରସାମ୍ୟ ହରାଇ ଓଲଟିଲା ବସ୍‌ । ଫଳରେ ଏଥିରେ 6 ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 2 ଜଣଙ୍କ ଅବସ୍ଥା ଗୁରୁତର ରହିଛି । କଟକରୁ ଜମ୍ବୁ ଯିବା ବେଳେ ଆଜି କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡପଡା ନିକଟରେ ବସ୍‌ଟି ଓଲଟି ପଡିଥିଲା ।

ଓଲଟିଲା ବସ୍‌:

ଓଲଟିଲା ଯାତ୍ରୀବାହୀ ଘରୋଇ ବସ (ETV Bharat Odisha)

ଉମାଶଙ୍କର ନାମକ ଏକ ଘରୋଇ ବସ ଆଜି(ଶନିବାର) ସନ୍ଧ୍ୟାରେ କଟକରୁ ଜମ୍ବୁ ଯିବା ବେଳେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡପଡା ନିକଟରେ ଓଲଟିଲା ପଡିଥିଲା । ଆହତ 6 ଜଣଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଅଞ୍ଚଳରେ ଥିବା ଅସ୍ଥାୟୀ କ୍ଲିନିକରେ ଚିକିତ୍ସା କରାଯାଉଛି । ସେମାନଙ୍କ ମଧ୍ୟରେ 2 ଜଣ ଗୁରୁତର ଅଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

କାହିଁକି ଓଲଟିଲା ବସ:

BUS ACCIDENT
BUS ACCIDENT (ETV Bharat Odisha)

ପ୍ରତିଦିନ ଭଳି ଆଜି ଅପରାହ୍ନରେ ଉମାଶଙ୍କର ନାମକ ଘରୋଇ ବସ ଯାତ୍ରୀମାନଙ୍କୁ ଧରି କଟକରୁ ଜମ୍ବୁ ଅଭିମୁଖେ ଯାଉଥିଲା । ତେବେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡ଼ପଡା ଠାରେ ଥିବା ଅଣ ଓସାରିଆ ପୋଲରେ ଯିବା ସମୟରେ ବସଟି ନିୟନ୍ତ୍ରଣ ହରାଇ ରାସ୍ତା କଡରେ ଥିବା କେନାଲ ମଧ୍ୟକୁ ଓଲଟି ପଡିଥିଲା ।

କଣ କହିଲେ ପ୍ରତ୍ୟକ୍ଷଦର୍ଶୀ:

ତେବେ ପ୍ରତ୍ୟକ୍ଷଦର୍ଶୀ ବଡ଼ପଡା ଗାଁର ଚନ୍ଦ୍ରଶେଖର ଶତପଥି କହିଛନ୍ତି, ‘ଏଠାରେ ପୋଲଟା ହେଉଛି ଅଣଚଉଡା ରାସ୍ତା ମଧ୍ୟ ଅଣଚଉଡା । ଏହି ରାସ୍ତା ଦେଇ ସବୁଦିନ ୧୦ଟି ବସ ଯିବା ଆସିବା କରିବା ସହ ଟ୍ରକ ହାଇୱାଙ୍କର ମଧ୍ୟ ଏହା ଯିବା ଆସିବା ବାଟ । ଏଠାରେ ଦାଣ୍ଡରେ ଅଣ୍ଟାଏ ପର୍ଯ୍ୟନ୍ତ ପାଣି ବିଦ୍ୟାଳୟ ମଧ୍ୟରେ ମଧ୍ୟ ପାଣି, ସରକାର ଏହାର କୌଣସି ପ୍ରତିକାର କରୁନାହାନ୍ତି । ବଡ଼ପଡା ଗ୍ରାମର ଗ୍ରାମବାସୀ ଓ ଯୁବକ ମାନେ ଲୋକଙ୍କୁ ଉଦ୍ଧାର କରିଛନ୍ତି । ଜଣଙ୍କର ମୁଣ୍ଡ ଫାଟିଛି ଓ ଅନ୍ୟଜଙ୍କ ଗୋଡ଼ ଭାଙ୍ଗିଛି ।’

ଏହା ମଧ୍ୟ ପଢନ୍ତୁ:

ଦୂତୀ ଚାନ୍ଦଙ୍କ କାରକୁ ଧକ୍କା ଦେଲା ଟ୍ରକ, ଅଳ୍ପକେ ବର୍ତ୍ତିଗଲେ ଦୌଡରାଣୀ

ଗତ 3 ବର୍ଷରେ ବଜ୍ରପାତ ନେଇଛି 1057 ଓ ସଡକ ଦୁର୍ଘଟଣାରେ ଯାଇଛି 16287 ଜୀବନ

ଭାରତୀୟ ରେଳବାଇ ସୁରକ୍ଷା ପଦକ୍ଷେପ, ୧୦ ବର୍ଷରେ କମିଛି ଟ୍ରେନ ଦୁର୍ଘଟଣା

ଆହତଙ୍କୁ କେନ୍ଦ୍ରାପଡା ହସ୍ପିଟାଲକୁ ପଠାଇଲେ ବିଧାୟକ:

BUS ACCIDENT
BUS ACCIDENT (ETV Bharat Odisha)

ସେହିପରି ରାଜନଗର ବିଧାୟକ ଧ୍ରୁବ ସାହୁ ଘଟଣା ସମ୍ପର୍କରେ ଖବର ପାଇ ଆହତ ମାନଙ୍କୁ ଭେଟିଛନ୍ତି । ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି, ‘ଏହା ନିଶ୍ଚିତ ଭାବରେ ଏକ ଦୁଃଖଦ ଘଟଣା । ଉମାଶଙ୍କର ବସଟି ଓଲଟି ପଡିଛି । ଏଠାରେ ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କୁ ଆମେ କେନ୍ଦ୍ରାପଡା ହସ୍ପିଟାଲ ପଠାଇଛୁ । ଅନ୍ୟ ଯେଉଁମାନେ ରହିଛନ୍ତି ସେମାନଙ୍କୁ ଉଦ୍ଧାର କରୁଛୁ । ଈଶ୍ୱରଙ୍କ ପାଖରେ ସମସ୍ତଙ୍କ ଆରୋଗ୍ୟ କାମନା କରୁଛୁ ।’

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.