Panchayat Takkar: ସୁନାରିସିକୁଆଁ ପଞ୍ଚାୟତରେ ମାମୁଁ-ଭାଣିଜୀ ଲଢେଇ - ନୂଆପଡ଼ାରେ ନିର୍ବାଚନୀ ମାହୋଲ

🎬 Watch Now: Feature Video

thumbnail

By

Published : Feb 8, 2022, 12:24 PM IST

ନୂଆପଡ଼ା: ପଞ୍ଚାୟତ ନିର୍ବାଚନ ଲାଗି ବିଗୁଲ ବାଜିବା ପରେ ରାଜ୍ୟବ୍ୟାପୀ ରାଜନୈତିକ ଉଷ୍ମତା ସରଗରମ ହେବାରେ ଲାଗିଛି । ଭୋଟ ହାତେଇବା ପାଇଁ ପ୍ରାର୍ଥୀ ମାନେ ଘର ଘର ବୁଲି କସରତ ଚଳାଇଛନ୍ତି । ହେଲେ ନୂଆପଡା ଜିଲ୍ଲା ସୁନାରିସିକୁଆଁ ଗ୍ରାମ ପଞ୍ଚାୟତ ସରପଞ୍ଚ ନିର୍ବାଚନ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଏଠାରେ ସରପଞ୍ଚ ପ୍ରାର୍ଥୀ ଭାବେ ମାମୁଁ ଓ ଭାଣିଜୀଙ୍କ ମଧ୍ୟରେ ଚାଲିଛି ଲଢେଇ । ଏଠାରେ ଭବାନୀପାଟଣା ସ୍ବୟଂ ଶାସିତ ମହାବିଦ୍ୟାଳୟ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀ ସୁଶ୍ରୀ ଭୋଲେଶ୍ବରୀ ଦାସ ସରପଞ୍ଚ ପ୍ରାର୍ଥିନୀ ଭାବରେ ଲଙ୍ଗଳ ଚିହ୍ନରେ ଛିଡା ହୋଇଥିବା ବେଳେ, ଭୋଲେଶ୍ବରୀଙ୍କ ୩ ଜଣ ମାମୁଁ ଭାଣିଜୀ ଭୋଲେଶ୍ବରୀ ବିପକ୍ଷରେ ସରପଞ୍ଚ ପ୍ରାର୍ଥୀ ହୋଇ ନିର୍ବାଚନ ଲଢୁଛନ୍ତି । ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.