thumbnail

By

Published : Aug 14, 2021, 6:47 PM IST

ETV Bharat / Videos

ସ୍ୟାଣ୍ଡ ଆନିମେସନରେ ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳୀ

ପୁରୀ: ରାତି ପାହିଲେ ସ୍ବାଧୀନତା ଦିବସ । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ବ୍ରିଟିଶ ଶାସନରୁ ମୁକ୍ତ ହୋଇଥିଲା ଭାରତ । ଭାରତକୁ ସ୍ବାଧୀନତା ଦେବାକୁ ଯାଇ ଦେଶର ଅନେକ ସୁଯୋଗ ସନ୍ତାନ ଶହୀଦ ହେବା ସହ କାରାବରଣ ଭୋଗିଥିଲେ । ଯାହାର ଫଳସୂରପ ଦେଶ ଆସନ୍ତାକାଲି(ଶନିବାର) ୭୫ ତମ ସ୍ବାଧୀନତା ଦିବସ ପାଳିବାକୁ ଯାଉଛି । ଏହି ଅବସରରେ ପୁରୀର ବାଲୁକା ଚିତ୍ରଶିଳ୍ପୀ ସୁଚିତ୍ରା ମହାଶ୍ବେତା ଏକ ସାଣ୍ଡ ଆନିମେସନ ଜରିଆରେ ସେହି ମହାନ ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ସେ ବାଲିରେ ମହାତ୍ମା ଗାନ୍ଧୀ, ସୁବାଷ ବୋଷ ପ୍ରମୁଖ ସ୍ବାଧୀନତା ସଂଗ୍ରାମୀଙ୍କ ସୁନ୍ଦର ପ୍ରତିଛବି ତିଆରି କରିଛନ୍ତି । ଯାହାକୁ ପ୍ରସ୍ତୁତ କରିବାକୁ ତାଙ୍କୁ ୧ ଘଣ୍ଟା ସମୟ ଲାଗିିଥିଲା । ଅନ୍ଯାୟକୁ ନ ଡରି ତା'ର ସାମ୍ନା କରିବା ଉଚିତ୍ ବୋଲି ବାଲୁକା ଚିତ୍ରଶିଳ୍ପୀ ମହାଶ୍ବେତା ନିଜ ସ୍ୟାଣ୍ଡ ଆନିମେସନ ଜରିଆରେ ବାର୍ତ୍ତା ଦେଇଛନ୍ତି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.