ଶିକ୍ଷୟତ୍ରୀଙ୍କ ନିଶା ପରିବେଶ ସୁରକ୍ଷା, ବୃକ୍ଷରୋପଣ ପାଇଁ ଖର୍ଚ୍ଚ କଲେଣି 8 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା - anugul latest news
🎬 Watch Now: Feature Video

ଅନୁଗୋଳ: ସେ ପେଷାରେ ଜଣେ ଶିକ୍ଷୟତ୍ରୀ । ହେଲେ ନିଶା ତାଙ୍କର ପରିବେଶ ସୁରକ୍ଷା । ସେଥିପାଇଁ ବିଭିନ୍ନ ଜାଗା ବୁଲି ବୁଲି ଗଛ ଲଗାଉଛନ୍ତି । ଗତ ୨୦୧୨ ରୁ କେନ୍ଦ୍ରାପଡା ଓ ଅନୁଗୋଳ ଜିଲାରେ ହଜାର ହଜାର ଗଛ ଲଗାଇ ସବୁଜିମା ସୃଷ୍ଟି କରି ପାରିଛନ୍ତି । ଆଗକୁ ଏହି ଅଭିଯାନ ଚାଲୁ ରଖିବାକୁ ନିଷ୍ପତି ନେଇଛନ୍ତି । ଏଥିପାଇଁ ସେ କାହାଠାରୁ ଟଙ୍କାଟିଏ ଅନୁଦାନ ନେଇ ନାହାନ୍ତି । ନିଜ ଖର୍ଚ୍ଚରେ ଯାହା କିଛି କରିଛନ୍ତି । ଗୀତାଞ୍ଜଳି ସାମଲ ପେସା ଶିକ୍ଷକତା କିନ୍ତୁ ନିଶା ଗଛ ଲଗାଇ ସବୁଜିମା ସୃଷ୍ଠି କରିବା । ରାତି ପାହିଲେ ଗୀତାଞ୍ଜଳି ନିଜର ସ୍କୁଟିରେ କିଛି ଗଛ ଧରି ଘରୁ ବାହାରି ପଡନ୍ତି। ସହର ଓ ସହର ବାହାରେ ଯେଉଁଠି ଖାଲି ଜାଗା ଅଛି ସେଠାରେ ଗଛ ଲଗାନ୍ତି। ନିଜେ ମଜୁରୀ ଦେଇ ଗାତ ଖୋଳାନ୍ତି। ଗଛ ଲଗାଇବା ପରେ ପାଣି ଦେବା ଠାରୁ ଗାଈଗୋରୁ ଦାଉରୁ ଗଛକୁ ରକ୍ଷା କରିବାକୁ ଗୋରଡା ମଧ୍ୟ ଲଗାନ୍ତି। ଦୀର୍ଘ ୮ବର୍ଷ ହେଲା ସେ ଏମିତି ଗଛ ଲଗାଇ ଆସୁଛନ୍ତି। ଖାଲି ସେତିକି ନୁହଁ ଅନେକ ସ୍କୁଲ କୁ ଚାରା ମଧ୍ୟ ବାଣ୍ଟିଛନ୍ତି । ଚାରା ଲଗାଇବା ପାଇଁ ଆବଶ୍ୟକ ଖର୍ଚ୍ଚ ମଧ୍ୟ ଦେଉଛନ୍ତି । ଆଜି ତାଙ୍କ ଦ୍ୱାରା ଲଗା ଯାଇଥିବା ଗଛ ଗୁଡିକ ବଡ଼ ହୋଇ ଫୁଲ ଫୁଟିଲାଣି ।