ଘରଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିବା ଟିମକୁ ସହଯୋଗ କରନ୍ତୁ: ଗଞ୍ଜାମ ଜିଲ୍ଲାପାଳ - ବିଜୟ ଅମୃତା କୁଲାଙ୍ଗେଙ୍କ ଭିଡିଓ ବାର୍ତ୍ତା
🎬 Watch Now: Feature Video
ବ୍ରହ୍ମପୁର: ଗୁରୁବାର ଠାରୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ମହାନଗର ନିଗମ ସମେତ ଗଞ୍ଜାମ ଜିଲ୍ଲାର ୧୬ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ହିଞ୍ଜିଳିକାଟୁ ପୌରପାଳିକା ସମେତ 5ଗୋଟି ବ୍ଳକ ହେଡକ୍ବାର୍ଟରରେ ଆରମ୍ଭ ହୋଇଯାଇଛି ସଟଡାଉନ । ଏଭଳି ସମୟରେ ସମସ୍ତେ ନିଜ ଘରେ ରହି ସୁରକ୍ଷିତ ରହିବା ସହ 5ଦିନ ମଧ୍ୟରେ ଘରକୁ ଘର ବୁଲି ସ୍ବାସ୍ଥ ପରୀକ୍ଷା କରିବାକୁ ଆସିବାକୁ ଥିବା ସ୍ବାସ୍ଥ୍ୟଟିମକୁ ସହଯୋଗ କରିବାକୁ ଆହ୍ବାନ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ।