ଦଶମ ଶ୍ରାଦ୍ଧବାର୍ଷିକୀରେ ମନେପଡିଲେ ଭଜନ ସମ୍ରାଟ ଭିକାରୀ ବଳ - ଭାବର ଗାୟକ ଭଜନ ସମ୍ରାଟ
🎬 Watch Now: Feature Video

ଭୁବନେଶ୍ବର: ଭକ୍ତି ସଙ୍ଗୀତର ସେ ଥିଲେ ଜଣେ ଅନନ୍ୟ ପୁରୋଧା । ଭାବର ଠାକୁରଙ୍କ ପାଇଁ ସେ ଥିଲେ ଭାବର ଗାୟକ । କେତେବେଳେ କୋଠ ଭୋଗଖିଆ ତ ଆଉ କେତେବେଳେ ବଡ ଦେଉଳର ପାରା । ପୁଣି କେତେବେଳେ ହାତରେ ମୁଠାମୁଠା ଶରଧାବାଲି । ତାଙ୍କ କଣ୍ଠର ପ୍ରତିଟି ସଙ୍ଗୀତ ଭକ୍ତିରସର ଭାବଧାରା ପ୍ଳାବିତ କରେ ଅଗଣିତ ଜଗନ୍ନାଥପ୍ରେମୀଙ୍କ ହୃଦୟକୁ । ତାଙ୍କ ସଙ୍ଗୀତରେ ଥିଲା ଭାବ ଆଉ ଭକ୍ତି । ଥିଲା ପୁଣି କାଳିଆ ଠାକୁରଙ୍କ ପାଇଁ ସମର୍ପଣର ଭାବ । ବାସ ଭିକାରୀ ବଳରୁ ବନିଗଲେ କୋଟି ଓଡିଆଙ୍କ ହୃଦୟର ଭଜନ ସମ୍ରାଟ ।