ଓଡିଶାରୁ ଚାଲିଚାଲି ପହଞ୍ଚିଥିଲେ ଆନ୍ଧ୍ର, ୩୬ ଦିନର ଯାତ୍ରା କହିଲେ ମୁକ୍ତିକାନ୍ତ

By

Published : Nov 14, 2021, 7:09 PM IST

thumbnail
ଭୁବନେଶ୍ବର: ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ଥିବା ସୀମା ବିବାଦର ସମଧାନ ପାଇଁ ନବୀନ ନିବାସରୁ ଅମରାବତି ଯାତ୍ରା କରିଥିଲେ ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ । ଅକ୍ଟୋବର ୨ରୁ ମୁକ୍ତିକାନ୍ତ ପଦଯାତ୍ରାରେ ବାହାରିଥିଲେ । ୮୦୦ କିଲୋମିଟର ଅତିକ୍ରମ କରି ସେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ । ସେହି ସମୟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓଡ଼ିଶା ଗସ୍ତରେ ଥିବାରୁ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଭେଟିଥିଲେ ରାଉଲକେଲାର ଯୁବ ସମାଜସେବୀ ମୁକ୍ତିକାନ୍ତ । ରାଜ୍ୟପାଳଙ୍କ ସହ ଆଲୋଚନା କରି ଆନ୍ଧ୍ର ସହ ଓଡ଼ିଶାର ସୀମା ବିବାଦ ସହ ଅନ୍ୟ ବିବାଦର ସମାଧାନର ପ୍ରତିଶୃତି ପାଇଥିଲେ । ତେବେ ଏହି ୩୬ ଦିନର ଯାତ୍ରା କିଭଳି ତାହା ବଖାଣିଛନ୍ତି ମୁକ୍ତିକାନ୍ତ । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.