ଚଳନ୍ତା ଟ୍ରେନରୁ ଖସିଲା ଚିପ୍ସ, ଧୁଳିଧୂଆଁମୟ ହେଲା ପ୍ଲାଟଫର୍ମ - stones fell from moving train
🎬 Watch Now: Feature Video

ବାଲେଶ୍ଵର: ମାଲ ବୋଝେଇ ଟ୍ରେନ୍ରୁ ଚିପ୍ସ ପଡ଼ି ପ୍ଲାଟଫର୍ମ ସାରା ଖେଳିଗଲା । ପ୍ଲାଟଫର୍ମର ଏଭଳି ଅବସ୍ଥା ଯୋଗୁଁ ଅପେକ୍ଷାରତ ଯାତ୍ରୀଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ବାଲେଶ୍ବର ଷ୍ଟେସନରେ ଆଜି ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ମାଲଗାଡି଼ଟି ଓଭରଲୋଡ ହୋଇଥିବାରୁ ପ୍ଲାଟଫର୍ମ ଅଜବେଷ୍ଟସ ଲାଗି ଚିପ୍ସ ଖସି ଚାରିଆଡ଼େ ଖେଳାଇ ଯାଇଥିଲା । ଏହାପରେ ପ୍ଲାଟଫର୍ମ ଧୁଳିଧୂଆଁମୟ ହୋଇ ଯାଇଥିଲା । ଅପେକ୍ଷାରତ ଯାତ୍ରୀମାନଙ୍କ ଲଗେଜେ ଏହି ଉପରେ ଚିପ୍ସ ପଡ଼ି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ