ଲିଭୁନି ଶିମିଳିପାଳ ନିଆଁ; ସରକାରଙ୍କର ନାହିଁ ତତ୍ପରତା, ଉଦବେଗ ପ୍ରକାଶ କଲେ ରାଜ ପରିବାର - Shimlipal
🎬 Watch Now: Feature Video

ବାରିପଦା: ଦଶ ଦିନ ହେଲା ଅହରାତ୍ର ଜଳୁଛି ଶିମିଳିପାଳ ଅଭୟାରଣ୍ୟ । ଏସିଆର ଦ୍ବିତୀୟ ସର୍ବବୃହତ ଜୈବ ମଣ୍ଡଳ ବ୍ୟାଘ୍ର ସଂରକ୍ଷଣ ଉଦ୍ୟାନରେ ନିଆଁ । ହେଲେ ନା ରାଜ୍ୟ ସରକାର ତତ୍ପର ନା ଜଙ୍ଗଲ ବିଭାଗ । ଫଳରେ ହୁତୁହୁତ ହୋଇ ଜଳିଚାଲିଛି ଶିମିଳିପାଳ । 10 ଏକରରୁ ଉର୍ଦ୍ଧ୍ବ ଜଙ୍ଗଲ ଜମିରେ ଲାଗିଛି ନିଆଁ । ହଜାରରୁ ଉର୍ଦ୍ଧ୍ବ ପ୍ରଜାତିର ଔଷଧୀୟ ଗଛଲତାରେ ପରିପୂର୍ଣ୍ଣ ଶିମିଳିପାଳ ଏବେ ହାହାକାର ପରିସ୍ଥିତିରେ । ବିଶ୍ବର ବିରଳ କଳା ବାଘକୁ ଶିମିଳିପାଳ ତା କୋଳରେ ସାଇତି ରଖିଥିଲା କିନ୍ତୁ ବର୍ତ୍ତମାନ ଲାଗୁଛି ଏ ନିଆଁ ରୂପି ରାକ୍ଷାସ ଜଙ୍ଗଲର ଶେଷ ବାଘକୁ ବି ଜୀବିତ ରହିବାକୁ ଦେବନି, ଯାହାକୁ ନେଇ ମୟୂରଭଞ୍ଚ ରାଜକୁମାରୀ ଉଦବେଗ ପ୍ରକାଶ କରିଛନ୍ତି ।