ରାଜ୍ୟ ବାହାରର ଶ୍ରମିକଙ୍କୁ ରନ୍ଧା ଖାଦ୍ୟ ଯୋଗାଉଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀ - ଧନୁପାଲି ଶଙ୍କରମଠ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-6904687-thumbnail-3x2-sbp.jpg)
ସମ୍ବଲପୁର: କୋରୋନା ମୁକାବିଲା ପାଇଁ ଏବେ ଜାରି ରହିଛି ଦ୍ଵିତୀୟ ପର୍ଯ୍ୟାୟର ଲକ ଡାଉନ । ନା ଚାଲୁଛି ଗାଡିମୋଟର ନା ଖୋଲୁଛି ଦୋକାନ ବଜାର । ଏପରିସ୍ଥିତିରେ ଓଡିଶାରେ ଫସି ରହିଛନ୍ତି ବାହାର ରାଜ୍ୟର ଅନେକ ଶ୍ରମିକ । ଏମାନଙ୍କ ପକ୍ଷେ ଦୁଇ ବେଳା ଖାଇବା ଯୋଗାଡ କରିବା କଷ୍ଟକର ହୋଇପଡିଛି ।ତେବେ ଏପିରି ଘଡିସନ୍ଧି ମୁହୂର୍ତ୍ତରେ ସମ୍ବଲପୁର ଧନୁପାଲି ଶଙ୍କରମଠ ଅଞ୍ଚଳର ସ୍ବପନେଶ୍ବର ନଗରର ମା' ପିତାମ୍ବରୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀରର ମହିଳାମାନେ ଏହି ଶ୍ରମିକମାନଙ୍କୁ ଯୋଗାଇ ଦେଉଛନ୍ତି ରନ୍ଧାଖାଦ୍ୟ । ସମ୍ବଲପୁରରେ ଫସି ରହିଥିବା ରାଜ୍ୟ ବାହାରର 80 ଜଣ ଶ୍ରମିକଙ୍କୁ କିପରି ଏହି ସ୍ବୟଂ ସହାୟକ ଗୋଷ୍ଠୀ ଖାଦ୍ୟ ଯୋଗାଇ ପ୍ରଶଂସାର ପାତ୍ର ହୋଇଛନ୍ତି, ଦେଖନ୍ତୁ ଭିଡିଓ...
ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରାଣା, ଇଟିଭି ଭାରତ