ଅପହଞ୍ଚ ଇଲାକାରେ ଆଦିବାସୀଙ୍କ ‘ଚଳନ୍ତି ବ୍ୟାଙ୍କ’ ସଲାମୀ ଶଶାଙ୍କର - ଆଦିବାସୀଙ୍କ ଚଳନ୍ତି ବ୍ୟାଙ୍କ ସଲାମୀ ଶଶାଙ୍କର

🎬 Watch Now: Feature Video

thumbnail

By

Published : Mar 3, 2021, 7:31 PM IST

କୋରାପୁଟ: ତାଙ୍କ ପାଇଁ ଉପାନ୍ତ ଅଞ୍ଚଳରେ ଆଦିବାସୀଙ୍କ ହାତପାହାନ୍ତାରେ ପହଞ୍ଚିଥିଲା ବ୍ୟାଙ୍କ ସେବା । ସେ ଗାଁରେ ପହଞ୍ଚିଲେ ‘ବ୍ଯାଙ୍କ ମାଡାମ’ କହି ପାଖକୁ ଧାଇଁ ଆସୁଥିଲେ ଲୋକେ । ଯେଉଁଠିକୁ ପ୍ରଶାସନ ଯାଇପାରୁନି, ସେଠାରେ ସେ ବ୍ୟାଙ୍କ ସେବା ପ୍ରଦାନ କରି ଲୋକଙ୍କ ଗୁରୁତ୍ବପୂର୍ଣ୍ଣ ମୌଳିକ ଆବଶ୍ୟକତାକୁ ପୂରଣ କରୁଛନ୍ତି । ଆଦିବାସୀ ଝିଅ ସଲାମୀ ଶଶାଙ୍କର । ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆଜି ଇଟିଭି ଭାରତର ସ୍ବତନ୍ତ୍ର ଉପସ୍ଥାପନା ‘ବୀରାଙ୍ଗନା’ରେ ସଲାମୀଙ୍କ ମହତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପର୍କରେ ଅଧିକ ଜାଣିବା । ଅପହଞ୍ଚ ଇଲାକାରେ ବ୍ୟାଙ୍କିଙ୍ଗ ସେବା ପହଞ୍ଚାଇ ଆଦିବାସୀ ଝିଅ ସଲାମୀ ଶଶାଙ୍କର ଅଞ୍ଚଳବାସୀଙ୍କ ସାବାସୀ ପାଇଲେ । ସଲାମୀ ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ତୟାପୁଟ ଗ୍ରାମର ଏକ ଗରିବ ପରିବାରର ଆଦିବାସୀ ଝିଅ । କିନ୍ତୁ ନିଜ ଦୃଢ ସଂକଳ୍ପ ଓ ରାଜ୍ୟ ସରକାରଙ୍କ ଜୀବିକା ମିଶନ ସହଯୋଗରେ ଲକଡାଉନ ସମୟରେ ଗାଁ ଗାଁ ବୁଲି ଲୋକଙ୍କୁ ବ୍ୟାଙ୍କ୍ ସେବା ପ୍ରଦାନ କରିଛନ୍ତି । ଏହି ସମୟରେ ସରକାରଙ୍କ ଆର୍ଥିକ ସେବା ଯୋଗାଉଥିବା ବିଭିନ୍ନ ଯୋଜନାରେ 2 କୋଟି ଟଙ୍କା ଲୋକଙ୍କ ପାଖରେ ପହଞ୍ଚାଇବା ସହ ନିଜେ 69 ହଜାର ଟଙ୍କାର କମିଶନ ଅର୍ଜନ କରିପାରିଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.