ମହାମାରୀର ମହାନାୟକ, କୋରୋନା ଯୋଦ୍ଧା ମଣିଷ ତିଆରି ରୋବର୍ଟ - ରୋବଟ ସାହା
🎬 Watch Now: Feature Video

ଭୁବନେଶ୍ବର: ମହାମାରୀ ସମୟରେ ମାନବ ସମାଜକୁ ସାହାହେବ ଯନ୍ତ୍ର ମାନବ । ଅଦୃଶ୍ୟ ଭାଇରସ କାୟାରେ ଅଣନିଶ୍ବାସୀ ମଣିଷ ରାହା ଖୋଜୁଥିବା ବେଳେ ସଂକ୍ରମଣରେ ବ୍ରେକ ଲଗାଇବ ରୋବର୍ଟ । ସାମାଜିକ ବାଛନ୍ଦ ଓ ଦୂରତା ମହାମାରୀକୁ ଆହୁରି ଭୟଙ୍କର କରୁଛି । ଏପଟେ କଟକଣା ଭିତରେ ସଂପର୍କର ଦାୟିତ୍ଵବୋଧ ଯେପରି ନାଚାର ହୋଇପଡିଛି । ଅନ୍ୟପକ୍ଷରେ ସଂକ୍ରମିତ ବ୍ୟକ୍ତିଙ୍କୁ ଚିକିତ୍ସା ସମୟରେ ଡାକ୍ତରଙ୍କ ଠାରୁ ନର୍ସ ପର୍ଯ୍ୟନ୍ତ ସମସ୍ତଙ୍କ ସହଯୋଗ ସିମିତ ରହୁଛି । ସଂକ୍ରମିତ ମଣିଷଟି ଅବହେଳାର ଶିକାର ହେଵା ସହିତ ତ୍ଵରିତ ସେଵାରୁ ବଞ୍ଚିତ ହେଉଛି । ଏମିତିରେ ରୋଗୀ, ଡାକ୍ତର ଓ ସଂପର୍କୀୟଙ୍କ ଦୂରତା ବଢି ଵଢି ଚାଲିଛି । ଯେଉଁଠି ମାନବ ନିଜର ଦାୟିତ୍ବ ଓ କର୍ତ୍ତବ୍ୟ ତୁଲାଇବାରେ ସଂକ୍ରମଣ ଦାଉ ସାଧୁଛି, ସେଇଠି ଯନ୍ତ୍ରମାନବର ଜରୁରୀ ଏକାନ୍ତ ଅପରିହାର୍ଯ୍ୟ ହୋଇପଡିଛି । ଏ କ୍ଷେତ୍ରରେ ଉଭୟ ହସ୍ପିଟାଲ କର୍ତ୍ତୃପକ୍ଷ ଓ ସରକାର ଚିନ୍ତା କରିବାର ସମୟ ଆସିଛି।