ୟମି ରେଷ୍ଟୁରାଣ୍ଟରୁ ଲୁଟ୍, ସିସିଟିଭିରେ କଏଦ ହେଲା ଚୋରିର ଦୃଶ୍ୟ - loot in restaurants

🎬 Watch Now: Feature Video

thumbnail

By

Published : Dec 10, 2020, 1:40 PM IST

Updated : Dec 10, 2020, 2:16 PM IST

ଢେଙ୍କାନାଳ:ବସଷ୍ଟାଣ୍ଡ ନିକଟସ୍ଥ ଟ୍ରାଫିକ ଛକରେ ଥିବା ୟମି ନାମକ ରେଷ୍ଟୁରାଣ୍ଟରୁ ଲୁଟ୍। ଗତ ରାତିରେ ଢେଙ୍କାନାଳ ବସଷ୍ଟାଣ୍ଡ ଟ୍ରାଫିକ ଛକ ନିକଟରେ ଥିବା ୟମି ରେଷ୍ଟୁରାଣ୍ଟରୁ ଲୁଟିଛନ୍ତି ଲୁଟେରା । ଦୁର୍ବୃତ୍ତମାନେ ରେଷ୍ଟୁରାଣ୍ଟର ପଛପାଖ ସର୍ଟର ଓ ଆଜବେଷ୍ଟସ ଭାଙ୍ଗି ଭିତରକୁ ପଶିଥିଲେ । ତେବେ ରେଷ୍ଟୁରାଣ୍ଟରୁ ଟଙ୍କା ସହ ଅନେକ ସାମଗ୍ରୀ ଲୁଟିଥିବା ବେଳେ ଜୁସ ୟୁନିଟରୁ ମଧ୍ୟ ଲୁଟ କରିଛନ୍ତି । ଖବରପାଇ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରେଷ୍ଟୁରାଣ୍ଟର ସିସି ଟିଭି ଫୁଟେଜ ଯାଞ୍ଚ କରିଛି । ସିସି ଟିଭି ଫୁଟେଜକୁ ଆଧାର କରି ଟାଉନ ପୋଲିସ ତନାଘନା ଆରମ୍ଭ କରିଛି । ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ
Last Updated : Dec 10, 2020, 2:16 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.