ବିପର୍ଯ୍ୟସ୍ତ ରାସ୍ତାରେ ବିପନ୍ନ ବାସିନ୍ଦା - Nimapda
🎬 Watch Now: Feature Video
ପୁରୀ: ଗାଁ ଗାଁକୁ ପକ୍କା ସଡକର ବିଛେଇଥିବା ନେଇ ଡିଣ୍ଡିମ ବାଡ଼ଉଛନ୍ତି ରାଜ୍ୟ ସରକାର । କିନ୍ତୁ ଠିକାଦାର ଓ କିଛି ଦୁର୍ନୀତି ଗ୍ରସ୍ତ ସରକାରୀ ଅଫିସରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବାଟବଣା ହେଉଛି ଏହି ଯୋଜନା । ଆଉ ଦୂରବସ୍ଥା ଭୋଗୁଛନ୍ତି ନିରୀହ ଜନସାଧାରଣ। ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖୋଦ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ନିର୍ବାଚନ ମଣ୍ଡଳୀରେ । ନିମାପଡ଼ା ବ୍ଲକ ଧଳେଶ୍ବର ପଞ୍ଚାୟତ ଉହାଙ୍ଗ ମଲିକ ସାହିକୁ ଯାଇଥିବା ଏହି ରାସ୍ତାର ଚିତ୍ର ହିଁ ବୟାନ କରୁଛି ସରକାରଙ୍କ ସ୍ବଚ୍ଛ ଯୋଜନା ବିଷୟରେ । ପିଚୁ କାମ ପାଇଁ ଆସିଥିବା ଅର୍ଥକୁ ଠିକାଦାର ଆତ୍ମସାତ କରିଚାଲିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ଟେଣ୍ଡର ପକ୍ରିୟା ଦୀର୍ଘ ତିନି ବର୍ଷ ତଳୁ ସରିଥିବା ବେଳେ ଏପର୍ଯ୍ୟନ୍ତ ମଧ୍ୟ କାମ ଆରମ୍ଭ ହୋଇନାହିଁ ।