thumbnail

ଜେଲ ଗଲେ ରିଟାୟାର୍ଡ ଆର୍ମି ଅଫିସର, ପଡୋଶୀଙ୍କୁ କରିଥିଲେ ଗୁଳି

By

Published : Sep 10, 2020, 6:09 AM IST

ଭୁବନେଶ୍ବର:ରାଜଧାନୀ ଗୁଳିମାଡ ଘଟଣାରେ ଜେଲ ଗଲେ ଆର୍ମିର ଅବସରପ୍ରାପ୍ତ କର୍ମଚାରୀ। ଖଣ୍ଡଗିରି ଥାନା ଭରତପୁର ସନ୍ତୋଷୀନଗର ଲେନ 5ରେ ଘଟିଥିବା ଗୁଳିକାଣ୍ଡରେ ପୋଲିସ ତାଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ଅବସରପ୍ରାପ୍ତ ଆର୍ମୀ ଅଧିକାରୀ ଅଶ୍ବିନ କୁମାର ରାଉତରାୟ । ସୂଚନା ଅନୁସାରେ, ଅବସରପ୍ରାପ୍ତ ଆର୍ମି ଅଫିସରଙ୍କ ସହିତ ତାଙ୍କ ପଡୋଶୀ କୁଞ୍ଜ ବିହାରୀ ବେହେରାଙ୍କର କୌଣସି କାରଣରୁ କଥାକଟାକଟି ହୋଇଥିଲା । ଏଥିରେ ରାଗି ଯାଇ ସେ ତାଙ୍କ ପଡୋଶୀଙ୍କ ଉପରକୁ ଗୁଳି ଚଳାଇଥିଲେ । ପଡୋଶୀ ଯୁବକର ହାତରେ ଗୁଳି ବାଜିବାରୁ ସେ ଗୁରୁତର ହୋଇଥିଲେ । ତେବେ ବିନା କାରଣରେ ଗୁଳି କରିଥିବାରୁ ପୋଲିସ ତାଙ୍କୁ ଗିରଫ କରିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.