କପିଳାସ ଆସିଲା ବାହୁଦା ନଦୀରୁ ଉଦ୍ଧାର ହାତୀଛୁଆ - Kapilash elephant
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10081404-thumbnail-3x2-elephant.jpg)
ବ୍ରହ୍ମପୁର/ଢେଙ୍କାନାଳ: ନୂଆବର୍ଷ 2021 ପାଇଁ ନୂଆ ଅତିଥି । କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ପହଞ୍ଚିଲା ବାହୁଦା ନଦୀରୁ ଉଦ୍ଧାର ହାତୀଛୁଆ । ବ୍ରହ୍ମପୁର ବନଖଣ୍ଡର ବାହୁଦା ନଦୀରୁ ଉଦ୍ଧାର ହୋଇଥିବା ଏହି ହାତୀଛୁଆ ଗୁରୁବାର କପିଳାସରେ ପହଞ୍ଚିଛି । ହାତୀ ଛୁଆର ବୟସ ମାତ୍ର ତିନି ମାସ ହୋଇଥିବାବେଳେ ସ୍ବତନ୍ତ୍ର ଗାଡିରେ ସେ କପିଳାସରେ ପହଞ୍ଚିଛି। ହାତୀଛୁଆକୁ ଛାଡିବା ପାଇଁ ବ୍ରହ୍ମପୁରରୁ ବନ କର୍ମଚାରୀ ଓ ଚିକିତ୍ସକଙ୍କ ଏକ ଟିମ୍ ମଧ୍ୟ ଆସିଛି । ହାତୀ ଛୁଆଟି ବାହାରୁ ଆସିଥିବାରୁ ତାକୁ ପ୍ରଥମେ କିଛି ଦିନ ସଙ୍ଗରୋଧରେ ରଖାଯିବ ।