thumbnail

ଗୁଣୁପୁରପାଟଣା ଗାଁରୁ ବିରଳ ପ୍ରଜାତିର ଏଣ୍ଡୁଅ ଉଦ୍ଧାର

By

Published : Aug 18, 2020, 7:25 PM IST

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ବ୍ଲକ ଗଙ୍ଗାରାମପୁର ପଞ୍ଚାୟତ ଗୁଣୁପୁରପାଟଣା ଗାଁରେ ଉଦ୍ଧାର ହୋଇଛି ଏକ ବିରଳ ପ୍ରଜାତିର ଏଣ୍ଡୁଅ । ଏହି ଏଣ୍ଡୁଅଟିର ରୋଚକ କଥା ହେଉଛି କି ଅନ୍ଧାର ହେଲେ ଏହା ରୂପ ବଦଳାଉଥିବା କହିଛନ୍ତି ଅନେକ ପ୍ରତ୍ୟକ୍ଷଦର୍ଶୀ । ସମ୍ପୃକ୍ତ ଗାଁର ସଞ୍ଜୀବ ତରାଇଙ୍କ ଘର ବାଡି ପଟୁ ଏହି ଏଣ୍ଡୁଅଟିକୁ ଉଦ୍ଧାର କରାଯାଇଛି । ଏହାର ରଙ୍ଗ ସାଧାରଣ ଏଣ୍ଡୁଅଠାରୁ ଭିନ୍ନ ହୋଇଥିବା ବେଳେ ଏହା ନିଜ ଶରୀରକୁ ବିଭିନ୍ନ ଢଙ୍ଗରେ ମୋଡି ଲୋକଙ୍କୁ ଆକର୍ଷିତ କରୁଛି । ଏହା କେତେବେଳେ ଗୋଲାକାର ଆକୃତିରେ ମୋଡି ହୋଇଯାଉଛି ତ କେତେବେଳେ ପୁଣି ସିଧା ହୋଇ ରହୁଥିବା ଦେଖାଯାଉଛି । ସୂଚନା ପାଇ ରାଜନଗର ବନଖଣ୍ଡ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଏଣ୍ଡୁଅଟିକୁ ଉଦ୍ଧାର କରିଥିବା ଜଣା ପଡିଛି l

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.