ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ବିଜେଡି ଉପରେ ସଭିଙ୍କ ନଜର, ନବୀନଙ୍କ ନିଷ୍ପତ୍ତିକୁ ନେତାଙ୍କ ଅପେକ୍ଷା

By

Published : Sep 10, 2020, 6:51 PM IST

thumbnail
ଭୁବନେଶ୍ବର: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ରାଜନୈତିକ ମହଲରେ ଆରମ୍ଭ ହୋଇଛି ଚର୍ଚ୍ଚା । ନିର୍ବାଚନ ପାଇଁ କେନ୍ଦ୍ରରେ କ୍ଷମତାସୀନ ଏନଡିଏ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଜେଡିୟୁର ହରିବଂଶ ନାରାୟଣ ସିଂହ । ସେପଟେ ବିରୋଧୀଦଳ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ଦେବା ନେଇ ଜଣାପଡିଛି । ହେଲେ ବିରୋଧୀଙ୍କର ଏଯାଏଁ ପ୍ରାର୍ଥୀ ଚୟନକୁ ନେଇ ଛିଡୁ ନାହିଁ ଅଙ୍କକଷା । ଏପରିସ୍ଥିତିରେ ସଭିଙ୍କ ନଜର ବିଜେଡି ଉପରେ । ଏନଡିଏ ପ୍ରାର୍ଥୀ ତଥା ଜେଡିୟୁ ନେତା ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କଥା ହୋଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଫୋନ ଯୋଗେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ କଥା ହୋଇଥିବା ସୂଚନା ମିଳିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.