thumbnail

ନିୟମକୁ ବେଖାତିର: ଛୁଟି ଘୋଷଣା ସତ୍ତ୍ବେ ଖୋଲିଲା ଘରୋଇ ସ୍କୁଲ

By

Published : Mar 5, 2021, 3:00 PM IST

ଭୁବନେଶ୍ବର: ସରକାରଙ୍କ ନିର୍ଦ୍ଦେଶକୁ ଘରୋଇ ସ୍କୁଲ ଅବମାନନା କରିଛି । ପଞ୍ଚାୟତିରାଜ ଦିବସରେ ସରକାର ଶୁକ୍ରବାର ରାଜ୍ୟରେ ସମସ୍ତ ବିଦ୍ୟାଳୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଘରୋଇ ଶିକ୍ଷାନୁଷ୍ଠାନ ସରକାରଙ୍କ ନିର୍ଦ୍ଦେଶକୁ ମାନିନଥିବା ଦେଖିବାକୁ ମିଳିଛି । ସରକାରଙ୍କର ନିର୍ଦ୍ଦେଶକୁ ଫୁ କରିଛି ଘରୋଇ ବିଦ୍ୟାଳୟ । ରାଜଧାନୀର ପୋଖରୀପୁଟ ଅଞ୍ଚଳରେ ଥିବା ଏକ ଇଂରାଜୀ ମାଧ୍ୟମିକ ସ୍କୁଲ ଖୋଲା ରହିଛି । ଯାହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏପଟେ ରାଜ୍ୟ ସରକାର ଗୁରୁବାର ଛୁଟି ଘୋଷଣା କରିଥିବା ବେଳେ ଭୁବନେଶ୍ବରର ଏକ ଘରୋଇ ସ୍କୁଲ ମଧ୍ୟ ଖୋଲା ରହିଛି । ଏହିଭଳି ମନମାନିକୁ ନେଇ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଓଡିଶା ଅଭିଭାବକ ମହାସଂଘ ଦାବି କରିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.