ଜଗା ଦର୍ଶନ ପାଇଁ ପ୍ରସ୍ତୁତି ଶେଷ: ସହରବାସୀଙ୍କ ଦର୍ଶନ ପାଇଁ ପ୍ରତିୱାର୍ଡ ୱାରୀ ତାଲିକା ପ୍ରସ୍ତୁତ - ଜଗା ଦର୍ଶନ ପାଇଁ ପ୍ରସ୍ତୁତି ଶେଷ

🎬 Watch Now: Feature Video

thumbnail

By

Published : Dec 22, 2020, 5:58 PM IST

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ପୁରୀ ସହରବାସୀଙ୍କ ଦର୍ଶନ ପାଇଁ ପ୍ରତି ଓ୍ବାର୍ଡ ଓ୍ବାରୀ ତାଲିକା ପ୍ରସ୍ତୁତ ହୋଇଛି । ୨୬ ତାରିଖ ସକାଳ ୭.୩୦ରେ ପୁରୀବାସୀଙ୍କ ଦର୍ଶନ ଆରମ୍ଭ ହେବ । ପ୍ରଥମ ଦିନ ୨,୩,୬,୯,୧୧,୧୨ଓ ୧୫ ନମ୍ବର ଓ୍ବାର୍ଡବାସୀ କରିବେ ଦର୍ଶନ । ପ୍ରଥମ ଦଫା ଦର୍ଶନ ୭.୩୦ରୁ ୧୧.୩୦ ପର୍ଯ୍ୟନ୍ତ ହେବ । ସେହିପରି ଦ୍ଵିତୀୟ ଦଫା ୧୨ ଟାରୁ ୪ଟା ଓ ତୃତୀୟ ଦଫା ୪ଟା ୩୦ରୁ ରାତ୍ର ପହୁଡ ପର୍ଯ୍ୟନ୍ତ ଚାଲିବ । ପ୍ରତି ସିଫ୍ଟରେ ପ୍ରତିହାରୀ ନିଯୋଗର ୧୫ଜଣ ସ୍ବଚ୍ଛାସେବୀ ନିୟୋଜିତ ହେବେ । ଦୀର୍ଘ ୯ ମାସ ପରେ ଦର୍ଶନ ଦେବେ କାଳିଆ ସାଆନ୍ତ । ଏଥିପାଇଁ ଜିଲ୍ଲା,ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମାର୍କେଟ ଛକରୁ ଶ୍ରୀମନ୍ଦିର ସିଂହଦ୍ବାର ଯାଏଁ ବ୍ୟାରିକେଡ କରାଯାଇଛି । ବ୍ୟାରିକେଡ ବ୍ୟବସ୍ଥାର ତଦାରଖ କରିଛନ୍ତି ଜିଲ୍ଲାପାଳ । ଏଥିସହ ପାନୀୟ ଜଳ,ଜୋତା ଷ୍ଟାଣ୍ଡ ଓ ଶୌଚାଳୟ ବ୍ୟବସ୍ଥାର ମଧ୍ୟ ଅନୁଧ୍ୟାନ କରାଯାଇଛି । ଆସନ୍ତାକାଲି ଠାରୁ ୩ ଦିନ ଧରି ସେବାୟତ ଓ ତାଙ୍କ ପରିବାରର ସଦସ୍ୟ ମହାପ୍ରଭୁଙ୍କ ଦର୍ଶନ କରିବେ। ଅଣସେବାୟତଙ୍କୁ ଚିହ୍ନଟ କରିବା ପାଇଁ ଜେଟିପି ଓ ପୋଲିସ ମୁତୟନ ହେବେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଯାଇଥିବା ସ୍ଵାସ୍ଥ୍ୟ ଓ ଅନ୍ୟ କୌଣସି ପରିଚୟ ପତ୍ର ଦେଖାଇ ଯେ କୌଣସି ଦ୍ବାର ଦେଇ ପ୍ରବେଶ କରିପାରିବେ । ପୁରୀ ପୌରପାଳିକା ଅନ୍ତର୍ଗତ ଓ୍ବାର୍ଡଓ୍ବାରୀ ତାଲିକା ପ୍ରସ୍ତୁତ ହୋଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.