ମଦ କାରବାର ବନ୍ଦ ପାଇଁ ବେପାରୀଙ୍କ ସହ ମଦ ପିଇଲା ପୋଲିସ, ଭିଡ଼ିଓ ଭାଇରାଲ - ମଦ ପିଇଲେ କନେଷ୍ଚବଳ
🎬 Watch Now: Feature Video
ବାଲେଶ୍ଵର: ମଦ ବେପାରୀଙ୍କ ସହ ମଦ ପିଇ ଚୁର ହେଲେ କନେଷ୍ଟବଳ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କନଷ୍ଟେବଲ ଜଣକ ହେଉଛନ୍ତି ରାଇବଣିଆ ଥାନାର ଧନଞ୍ଜୟ ପାତ୍ର । ପୋଲିସ ପୋଷାକରେ ମଦ ବେପାରୀଙ୍କ ସହ ମଦ ପିଉଛନ୍ତି । ସୂଚନା ଅନୁସାରେ, କନେଷ୍ଟବଳ ଟଙ୍କା ନେଇ ଚୋରା ମଦ ବେପାରୀଙ୍କୁ ପ୍ରୋତ୍ସାହନ ଯୋଗାଉଥିବା ଅଭିଯୋଗ ହୋଇ ଆସୁଥିଲା। ଏହାପରେ ମଦ କାରବାର ପାଇଁ ଟଙ୍କା ମାଗିବା ସହ ସେମାନଙ୍କ ସହ ପୋଲିସ ଡ୍ରେସରେ ବସି ମଦ ପିଇବା ଘଟଣା ନିନ୍ଦନୀୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ତେବେ ଏହି ଦୃଶ୍ୟ ଦେଖିବା ପରେ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।
ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ