ଏକାତ୍ମ ବିଚାରର ବରେଣ୍ୟ ଦୂରଦର୍ଶୀ ପଣ୍ଡିତ ଦୀନଦୟାଲ - pandit-dinadayal-upadhaya
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8940023-thumbnail-3x2-dindayal.jpg)
ନୂଆଦିଲ୍ଲୀ: ଅଭାବର ଅନ୍ଧାରୀ ଭିତରେ ବିତିଯାଇଛି ସାରା ଜୀବନ । 1916 ମସିହା ଆଜିର ଦିନରେ ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ପଣ୍ଡିତ ଦୀନଦୟାଲ । ଅନାହାର, ଗରିବୀ, ଦୁଃଖ ଆଉ ଦୁର୍ଦ୍ଦଶାର ଦୟନୀୟ ଚିତ୍ରକୁ ଖୁବ ନିକଟରୁ ଦେଖିଛନ୍ତି ସେ । ତିନି ବର୍ଷ ବୟସରେ ପିତାଙ୍କୁ ଓ 7 ବର୍ଷ ବୟସରେ ମାତାଙ୍କୁ ହରାଇଥିଲେ । ପରେ ଦୁଃଖର ସାତ ଦରିଆ ପାର ହୋଇ, ଦୁର୍ଦ୍ଦିନ ଦଉଟି କାଟି, ଜୀବନ ସହ ଜୁଝି ଶିଖିଥିଲେ ଜିଇଁବାର କଳା । ସଂଘ ବିଚାରରେ ଅନୁପ୍ରାଣୀତ ଦୀନଦୟାଲ 1936 ମସିହାରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘରେ କରିଥିଲେ ଯୋଗଦାନ । ଜଣେ ପୂର୍ଣ୍ଣକାଳୀନ ପ୍ରଚାରକ ଭାବେ 1942ରେ ନିୟୋଜିତ ହୋଇଥିଲେ । ଆଉ ସେହିଦିନୁ ହିଁ ଦେଶ ପାଇଁ ଜୀବନକୁ ସମର୍ପି ଦେଇଥିଲେ ବ୍ରହ୍ମଚାରୀ ଦୀନଦୟାଲ ।