ଭୟ କଲେ ବଢ଼ିବ କୋରୋନା: ଡାକ୍ତର ସାରଦା ସ୍ବାଇଁ - ସ୍ୱାସ୍ଥ୍ୟ ବିଭାଗର ସାମ୍ବାଦିକ ସମ୍ମିଳନୀ

🎬 Watch Now: Feature Video

thumbnail

By

Published : May 12, 2021, 5:53 PM IST

ଭୁବନେଶ୍ବର: ଦୃତ ଗତିରେ ସଂକ୍ରମଣ ବୃଦ୍ଧିକୁ ନେଇ ଭୟଭୀତ ଅଛନ୍ତି ରାଜ୍ୟବାସୀ । ତେବେ ଏ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗର ସାମ୍ବାଦିକ ସମ୍ମିଳନୀ ହୋଇଛି । ଆଜିର ଏହି ଆଲୋଚନାରେ କୋରୋନା ସଂପର୍କରେ ପରାମର୍ଶ ଦେଇଛନ୍ତି କଟକ ଏସସିବିର ଉତ୍କୃଷ୍ଟ ମାନସିକ ରୋଗୀ ପ୍ରତିଷ୍ଠାନ ନିର୍ଦ୍ଦେଶକ, ପ୍ରଫେସର ସାରଦା ପ୍ରସନ୍ନ ସ୍ବାଇଁ । ଡାକ୍ତର ସାରଦାଙ୍କ କହିବା କଥା ହେଲା କୋରୋନା ରୋଗୀ ଭୟଭୀତ ହେଲେ ରୋଗ ଅଧିକ ଆକ୍ରାନ୍ତ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ। ବର୍ତ୍ତମାନ କୋଭିଡ୍ ସମୟରେ ଲୋକଙ୍କ ମଧ୍ୟରେ ଅହେତୁକ ଭୟ ରହୁଛି । ଆଗରୁ ମାନସିକ ରୋଗ ଥିଲେ ପ୍ରଭାବିତ ହେବାର ଆଶଙ୍କା ରହିଛି । ମାନସିକ ରୋଗୀ ମଧ୍ୟ କୋଭିଡ୍ ଔଷଧ ଖାଇପାରିବେ । ଡାକ୍ତର ଓ ବିଶେଷଜ୍ଞଙ୍କ ପରାମର୍ଶ କରି ଔଷଧ ଖାଆନ୍ତୁ । ମାନସିକ ଅବସ୍ଥାକୁ ସବୁବେଳେ ସ୍ଥିର ରଖିଲେ କୋରୋନାକୁ ଆମେ ମାତ ଦେଇପାରିବା । ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.