ବଲିଉଡରେ ଜଲଓ୍ବା ଦେଖାଇବେ ନବରଙ୍ଗପୁର ଯୁବକ, ପରିବାରରେ ଖୁସିର ମାହୋଲ
🎬 Watch Now: Feature Video
ନବରଙ୍ଗପୁର: ଉପାନ୍ତ ଜିଲ୍ଲାରୁ ବଲିଉଡକୁ ଯାତ୍ରା । ଜିଲ୍ଲାର ଉମରକୋଟ ସହର ତିକିର ସାହିର ମହମ୍ମଦ ହାରୁଣ୍ ଲାଥିଆଙ୍କ ନାତି ୱାଜିଦ୍ ମେମନ ଓରଫ ରକ୍ ଏବେ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି । ଏନେଇ ତାଙ୍କ ପରିବାର ରେ ଖୁସିର ଲହରୀ ଖେଳିଯାଇଛି । ଏହି ଖବର ପ୍ରଚାର ହେବ ଠାରୁ ପରିବାର ସମେତ ନବରଙ୍ଗପୁର ଜିଲ୍ଲାରେ ଖୁସିର ବାତାବରଣ । ଦିନେ ଶ୍ରୀରାମ ପଣ୍ଡା ଓ ମୁନ୍ନା ଖାଁ ଭଳି ଅଭିନେତାକୁ ଜନ୍ମ ଦେଇଥିବା ନବରଙ୍ଗପୁରରୁ ବର୍ତ୍ତମାନ ବଲିଉଡ ପାଇଁ ଯାତ୍ରା କରିବେ ନୂତନ ପୀଢ଼ିର ଯୁବକ । ଦେଶ ଦେଖିବ ନବରଙ୍ଗପୁର ଯୁବକଙ୍କ ଜଲୱା । ପ୍ରସିଦ୍ଧ ହିନ୍ଦୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ଆଗାମୀ ଚଳଚିତ୍ରରେ ସ୍ଥାନ ପାଇଛନ୍ତି ରକ୍ । ନିଜେ ରାମ ଗୋପାଳ ବର୍ମା ଏନେଇ ଟ୍ବିଟ ମାଧ୍ୟମରେ ସୂଚନା ଦେଇଛନ୍ତି । ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଓଡ଼ିଶାର ଦୁଇ ଜଣ ଉଭୟ ହିରୋ ଓ ହିରୋଇନ ସ୍ଥାନ ପାଇଛନ୍ତି । ହିରୋଇନ ଓଡିଆ ହୋଇଥିବା ବେଳେ ହିରୋ ଓଡିଆ ।