କୋରୋନା କହର: ଏ ବର୍ଷ ହେବନି ଧନୁଯାତ୍ରା, ନିରାଶ ସୁବର୍ଣ୍ଣପୁରବାସୀ - Sonepur Dhanu Jatra
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9835768-thumbnail-3x2-dhanu.jpg)
ସୁବର୍ଣ୍ଣପୁର: ଜିଲ୍ଲା ରାମପୁର ସହରରେ ଏଥର ଆଉ ଶୁଣିବାକୁ ମିଳୁନାହିଁ ମହାରାଜା କଂସଙ୍କର ଗର୍ଜନ । ମୁକ୍ତ ମଞ୍ଚରେ ଦେଖିବାକୁ ମିଳୁନାହିଁ କୃଷ୍ଣ ଲୀଳା। ଚଳିତ ବର୍ଷ କୋରୋନା କଟକଣାକୁ ଆଖି ଆଗରେ ରଖି ବନ୍ଦ କରାଯାଇଛି ଧନୁଯାତ୍ରା ମହୋତ୍ସବ l ପ୍ରତିବର୍ଷ ଏଇ ଦିନରେ ରଙ୍ଗସଭାରେ ମହାରାଜା କଂସଙ୍କର ଉଚ୍ଚକୋଟିର ସଂଳାପ, ଅଟ୍ଟହାସ୍ୟ, ନୃତ୍ୟାଙ୍ଗନାଙ୍କର ଭଳିକି ଭଳି ନୃତ୍ୟ ଆଦି ଦେଖିବାକୁ ମିଳୁଥିଲା। ହେଲେ କୋଭିଡ କଟକଣା ଯୋଗୁଁ ଏଥର ଆଉ ମୁକ୍ତ ମଞ୍ଚରେ ଶ୍ରୀକୃଷ୍ଣଙ୍କ ଲୀଳାଭିନୟ ଦେଖିବାକୁ ମିଳୁନାହିଁ। ଧନୁଯାତ୍ରା କମିଟି ପକ୍ଷରୁ ସ୍ଥାନୀୟ ରାମଜୀ ମନ୍ଦିରରେ ଵିଧି ମୁତାବକ କୃଷ୍ଣ ଜନ୍ମ ଗାନ କରାଯାଇଛି l କୋରୋନା ଯୋଗୁଁ ବନ୍ଦ ହୋଇଛି ଧନୁଯାତ୍ରା ମହୋତ୍ସବ l ଵିଧି ମୁତାବକ କେବଳ 'ଶ୍ରୀକୃଷ୍ଣ ଜନ୍ମ' ପୁରାଣ ଗାନ କରାଯାଇଛି ।