ଆସନ୍ତାକାଲି କଂଗ୍ରେସର ଓଡ଼ିଶା ବନ୍ଦ: ପ୍ରତିକ୍ରିୟା ରଖିଲେ ପିସିସି ସଭାପତି - ନୀରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା
🎬 Watch Now: Feature Video
ଓଡ଼ିଶା ବନ୍ଦକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । କଂଗ୍ରେସର ବନ୍ଦ ଡାକରାକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ସେ ଅପିଲ୍ କରିଛନ୍ତି । ଏହାସହ ସ୍ବତଃ ପ୍ରଭୁତ ଭାବେ ଜନସାଧାରଣ ବନ୍ଦ ପାଳନରେ ସାମିଲ ହେବା ପାଇଁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ନିରଞ୍ଜନ । ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ସମ୍ମାନ ଜଣାଇ କଂଗ୍ରେସ ମଧ୍ୟ କାହାକୁ ଆନ୍ଦୋଳନରେ ସାମିଲ ହେବାକୁ ବାଧ୍ୟ କରାଯିବ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି ।