thumbnail

By

Published : Aug 27, 2020, 5:37 PM IST

ETV Bharat / Videos

ଡ୍ରଗ୍ସ ଡିଲିଂ ନେଇ ରିଆଙ୍କ ଭୁବନେଶ୍ବର ଲିଙ୍କ: ଏନସିବିକୁ ସହଯୋଗ କରିବ ଓଡିଶା ପୋଲିସ

କଟକ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପାଖାପାଖି 2 ମାସ ପୁରିଗଲାଣି । କେମିତି ସୁଶାନ୍ତଙ୍କ ମୃତ୍ୟୁ ହେଲା ସେ ନେଇ ତଦନ୍ତ କରୁଛି ସିବିଆଇ । ପ୍ରତ୍ୟେକ ଦିନ କିଛି ନା କିଛି ତଥ୍ୟ ଲାଗୁଛି ସିବିଆଇ ହାତରେ । ଆଉ ସିବିଆଇର ସ୍କାନରରେ ଥିବା ଅଭିନେତାଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ଘନ ଘନ ଜେରା ସହ ତଦନ୍ତକୁ ତ୍ବରାନ୍ବିତ କରୁଛି । ହେଲେ ସୁଶାନ୍ତଙ୍କ ମୃତ୍ୟୁ ସହ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିବା ପରେ ଏବେ ଅଭିନେତ୍ରୀ ରିୟା ହରଡଘଣାରେ । ରିୟାଙ୍କ ଡ୍ରଗ୍ସ ଲିଙ୍କ ଓଡିଶା ସହ ରହିଥିବା ଚର୍ଚ୍ଚା ହେବା ପରେ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ରିୟାଙ୍କ ଓଡିଶା ଲିଙ୍କ ରହିଥିବା ନେଇ ଏନସିବି ତଦନ୍ତ କରୁଛି । ତଦନ୍ତ ପ୍ରକ୍ରିୟା ନେଇ କୌଣସି ଅବଗତ କରାଯାଇନାହିଁ । ଯଦି ସହଯୋଗ ମାଗନ୍ତି ତେବେ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି ପୋଲିସ ଡିଜି କହିଛନ୍ତି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.