thumbnail

By

Published : Dec 22, 2020, 6:50 PM IST

ETV Bharat / Videos

ପରୀ ହତ୍ୟା ମାମଲା: ସନ୍ଦେହୀ ପୋଖରୀକୁ ଶୁଖାଯାଉଛି

ନୟାଗଡ଼: ଦିନକୁ ଦିନ ଆହୁରି ଜଟିଳ ହେବାରେ ଲାଗିଛି ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲା । ଗତକାଲି (ସୋମବାର) ପରୀ ହତ୍ୟା ମାମଲାର ଅଭିଯୁକ୍ତକୁ ଗିରଫ କରିଛି ଏସଆଇଟି । ଆଜି ଠାରୁ ରିମାଣ୍ଡରେ ଆଣି ପଚରାଉଚୁରା କରିବ ଅଭିଯୁକ୍ତକୁ l ଏପଟେ ପ୍ରମାଣ ଯୋଗାଡ ପାଇଁ ଆକ୍ସନ ମୁଡରେ ଏସଆଇଟି । ମାମଲାରେ ଗାଁ ପୋଖରୀକୁ ନେଇ ବଢ଼ିଛି ସନ୍ଦେହ । ଆଉ ସେହି ପ୍ରମାଣ ପାଇଁ ଏସଆଇଟି ପକ୍ଷରୁ ନୟାଗଡର ଯଦୁପୁର ଗାଁରେ ଥିବା ଏକ ପୋଖରୀକୁ ସମ୍ପୂର୍ଣ୍ଣ ଶୁଖାଇବ l ସେଥିପାଇଁ ପୋଖରୀରୁ ପାଣି ଶୁଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଗତ ଜୁଲାଇ 23 ତାରିଖରେ ପରୀର କଙ୍କାଳ ପୋଖରୀ କୂଳରୁ ମିଳିଥିଲା l ତେବେ ଅବଶିଷ୍ଟାଂଶ ହାଡ଼ମାଂସ ପୋଖରୀରେ ପଡ଼ିଥିବା ସନ୍ଦେହ କରି ପୋଖରୀକୁ ଶୁଖାଯିବ ବୋଲି ଚର୍ଚ୍ଚା ହେଉଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.