ମା' ବିରଜାଙ୍କ ପୀଠରେ ଚାଲିଛି ପୂଜାର୍ଚ୍ଚନା, କୋରୋନା ପାଇଁ ଭକ୍ତଶୂନ୍ୟ - navaratri puja
🎬 Watch Now: Feature Video

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ପୀଠରେ ଚାଲିଛି ନବରାତ୍ରୀ ପୂଜା । ଆଶ୍ବିନ ମାସର ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ କରାଯାଇଛି ମା'ଙ୍କ ବିଶେଷ ପୂଜାର୍ଚ୍ଚାନା । ଏହି ଦିନ ସକାଳୁ ବୈତରଣୀ ନଦୀରୁ ପବିତ୍ର ଜଳ ଆସିବା ପରେ ମା'ଙ୍କ ମହାସ୍ନାନ କରାଯାଇଥିଲା । ଏହାପରେ ମା'ଙ୍କ ହୋଇଥିଲା ଷୋଡଷ ଉପଚାର ଓ ପରେ ବିଳମ୍ବିତ ରାତ୍ରିରେ ସନ୍ଧି ପୂଜା ବିଧି ।