କୋଭିଡ କଟକଣା ସହ ଖୋଲିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ
🎬 Watch Now: Feature Video
ଭୁବନେଶ୍ବର: କୋଭିଡ କଟକଣାରେ ଖୋଲିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଦୀର୍ଘ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ। କୋଭିଡ ନିୟମ କଟକଣା ଅନୁସାରେ ପର୍ଯ୍ୟଟକଙ୍କୁ ପ୍ରାଣୀଉଦ୍ୟାନ ଭିତରକୁ ପ୍ରବେଶ କରାଯାଇଛି। ପ୍ରଥମ ଦିନରେ ପର୍ଯ୍ୟଟକଙ୍କର ସାମାନ୍ୟ ଭିଡ଼ ଦେଖିବାକୁ ମିଳିଛି। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସମସ୍ତ ପର୍ଯ୍ୟଟକ ଅନଲାଇନ ଓ ଅଫଲାଇନରେ ଟିକେଟ କରିଛନ୍ତି। ନନ୍ଦନକାନନ ଭିତରକୁ ପ୍ରବେଶ କରୁଥିବା ସମସ୍ତ ପର୍ଯ୍ୟଟକମାନଙ୍କୁ ପ୍ରବେଶ ପୂର୍ବରୁ ସାନିଟାଇଜ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।