ଷ୍ଟିଲ୍ ପ୍ଲାଣ୍ଟ ପାଇଁ 50 ହଜାର କୋଟିର MOU ସ୍ବାକ୍ଷରିତ - ଗୁରୁତ୍ୱପୂର୍ଣ୍ଣ ବୈଠକ
🎬 Watch Now: Feature Video
ଭୁବନେଶ୍ବର: ବିକାଶ ପଥରେ ଆଉ ପାଦେ ଆଗେଇବ କେନ୍ଦ୍ରାପଡା। କାରଣ ଆର୍ସେଲର ମିତ୍ତଲ ପକ୍ଷରୁ କେନ୍ଦ୍ରାପଡାରେ ପ୍ରତିଷ୍ଠା ହେବ ଷ୍ଟିଲ ପ୍ଲାଣ୍ଟ । ଏନେଇ ଆଜି(ଗୁରୁବାର) ରାଜ୍ୟ ସରକାର ଏବଂ ଆର୍ସେଲର ମିତ୍ତଲ କମ୍ପାନୀ ମଧ୍ୟରେ ସ୍ବାକ୍ଷରିତ ହୋଇଛି । ସ୍ବାକ୍ଷରିତ ହୋଇଥିବା ଏମଓୟୁ ଅନୁସାରେ, କେନ୍ଦ୍ରାପଡାରେ ବାର୍ଷିକ 12 ମିଲିଅନ ଟନ ଉତ୍ପାଦନ କ୍ଷମତା ସମ୍ପନ୍ନ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବା ଆର୍ସେଲର ମିତ୍ତଲର ନିପନ ଷ୍ଟିଲ । ଏଥିପାଇଁ 50 ହଜାର କୋଟି ଟଙ୍କା ନିବେଶ କରାଯିବ ।